ସଫଳ ଚାଷୀଙ୍କୁ ଜିଲ୍ଲାପାଳଙ୍କ ପ୍ରୋତ୍ସାହନ ରାଶି ପ୍ରଦାନ

ବେଗୁନିଆ : ବେଗୁନିଆ ବ୍ଲକ ସାରୁଅ ପଂଚାୟତ ଅନ୍ତର୍ଗତ କାଠଖୁଣ୍ଟିଆ ଗ୍ରାମର ସଫଳ ଚାଷୀ ପବନ ଭୂଜବଳଙ୍କୁ ଜିଲ୍ଲାପାଳ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଆଜି ତାଙ୍କ ନିକଟରେ ପଂହଁଚି ଜିଲ୍ଲାପାଳ କ୍ଷେତ୍ର ପରିଦର୍ଶନ କରିବା ସହିତ ୬୦ ହଜାର ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରିଛନ୍ତି। ସମ୍ପୃକ୍ତ ଚାଷୀ ମାଛ ଚାଷ ,ଗାଈ ଫାର୍ମ ,କୋବି ,ମକା ,ପାଇନ ଆପଲ ,ଆମ୍ବ ,ନଡ଼ିଆ ,ଅମୃତଭଣ୍ଡା ,ହଳଦୀ ,କଳା ଧାନ ଚାଷ ଏବଂ ମହୁ ଚାଷ ଆଦି କରି ଜଣେ ସଫଳ ଚାଷୀ ଭାବେ ରାଜ୍ୟସ୍ତରରେ ବିଭିନ୍ନ ସ୍ଥାନରେ ପୁରସ୍କୃତ ହୋଇଛନ୍ତି । ତେଣୁ ତାଙ୍କୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଆଜି ଜିଲ୍ଲାପାଳ ସନତକୁମାର ମହାନ୍ତିଙ୍କ ସହିତ ସିଡିଏଓ ,ଏଡିଏଓ ,ବିଏଓ ,ଏଏଓ ଶ୍ରାବଣୀ ମହାରଣା ,ଏଫଇଓ ପ୍ରଭାକର ସେଠୀ , ଭିଏଏସ ଡ଼ଃ ବିଶ୍ୱରଂଜନ ରାଉତ ଏବଂ ବିଟିଏମ ପ୍ରମୁଖଙ୍କ ସହିତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ତାଙ୍କ ନିକଟରେ ପଂହଁଚି କ୍ଷେତ୍ର ପରିଦର୍ଶନ କରି ୬୦ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି ।

Comments are closed.