୬୫ହଜାର ଉଠାଦୋକାନୀଙ୍କ ପାଇଁ ୧୯କୋଟି ମଞ୍ଜୁର

ଭୁବନେଶ୍ବର :  କୋଭିଡ୍‌-୧୯ର ଲକ୍‌ ଡାଉନ୍‌ ସମୟରେ ସହରାଞ୍ଚଳ ଉଠା ଦୋକାନୀମାନଙ୍କ ଜୀବିକା ପ୍ରଭାବିତ ହୋଇଥିବା ପରିପ୍ରେକ୍ଷୀରେ ସେମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦେବା ନିମନ୍ତେ ରାଜ୍ୟ ସରକାର ୧୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟରେ ଥିବା ପ୍ରାୟ ୬୫୦୦୦ ଉଠା ଦୋକାନୀ ଏଥିରେ ଉପକୃତ ହେବେ। ଏ ପର୍ଯ୍ୟନ୍ତ ରାଜ୍ୟର ୧୧୧ଟି ପୌରାଞ୍ଚଳର ୩୭,୨୬୮ ଜଣ ଉଠାଦୋକାନୀଙ୍କୁ ୧୧ କୋଟି ୧୮ ଲକ୍ଷ ୪ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ବ୍ୟବସ୍ଥାରେ ସହାୟତା ପ୍ରଦାନ କରାଯାଉଛି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି।

Comments are closed.