ସୁବାସଙ୍କ ପାଇଁ ସ୍ବତନ୍ତ୍ର କମିଟି

ଭୁବନେଶ୍ବର: ଦେବଗଡ଼ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରସଙ୍ଗରେ ଗଠନ ହେବ ସ୍ବତନ୍ତ୍ର ସ୍ବାଧୀକାର କମିଟି। ସର୍ବଦଳୀୟ ବୈଠକରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନା ଦେଇଛନ୍ତି। ସ୍ବତନ୍ତ୍ର ସ୍ବାଧୀକାର କମିଟି ଗଠନ କରିବି, ଆସନ୍ତାକାଲି ବିଧାନସଭାରେ ଘୋଷଣା କରିବି। କମିଟି ସୁବାସ ପାଣିଗ୍ରାହୀ ପ୍ରସଙ୍ଗରେ ବିଚାର କରିବା ପରେ ମତାମତ ଦେବ। ଆଶା କରୁଛୁ ଆସନ୍ତାକାଲିଠାରୁ ଗୃହ ସ୍ବାଭାବିକ ହେବ ବାଚସ୍ପତି ପ୍ରକାଶ କରିଛନ୍ତି।

ମଣ୍ଡି ଓ ଧାନକିଣା ପ୍ରସଙ୍ଗ ନେଇ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭା ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହାକୁ ବିଧାନସଭାରେ ତୁମ୍ବିତୋଫାନ ଉଠିଥିଲା। ଗତ ୬ ଦିନ ଧରି ଗୃହ ଅଚଳାବସ୍ଥା ଦେଖାଦେଇଥିଲା। ଏହି ସମସ୍ୟା ଖୁବ୍‌ ଶୀଘ୍ର ସମାଧାନ ହୋଇଯିବ ବୋଲି ସବୁଜ ସଙ୍କେତ ମିଳିଛିି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଆସନ୍ତାକାଲି ପୂର୍ବାହ୍ନ ୧୧.୩୦ ମିନିଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସରକାରଙ୍କ ଆଭିମୁଖ୍ୟକୁ ଗୃହରେ ରଖିବେ ।

Comments are closed.