ଶପଥ ନେଲେ ସୁବାସ ସିଂହ

କଟକ: କଟକ ମହାନଗର ନିଗମର ନବନିର୍ବାଚିତ ମେୟର ଓ କର୍ପୋରେଟରଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥାନୀୟ ଶହୀଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଥମେ ମେୟର ସୁବାସ ଚନ୍ଦ୍ର ସିଂହ ଶପଥ ଗ୍ରହଣ କରିଛନ୍ତି।

ଏହାପରେ ସିଏମସିର ୫୯ଟି ୱାର୍ଡର କର୍ପୋରେଟର ଶପଥ ଗ୍ରହଣ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଜିଲାପାଳ ଭବାନୀ ଶଙ୍କର ଚୟନି, ସିଏମସି କମିଶନର ଅନ୍ୟାନ୍ୟ ଦାସ, ପୌର ପ୍ରଶାସକ ତଥା ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ପ୍ରମୁଖ ଉପସ୍ଥିତ ରହିଛନ୍ତି।

 

Comments are closed.