ସୁବର୍ଣ୍ଣପୁର ସରପଞ୍ଚଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ଦାୟିତ୍ୱ

ବାଙ୍କୀ : ବାଙ୍କୀ ବ୍ଲକ ଅଧିନ ସୁବର୍ଣ୍ଣପୁର ଗ୍ରାମପଞ୍ଚାୟତ ସରପଞ୍ଚ ତରୁଣ କୁମାର ମହାପାତ୍ର ଜିଲ୍ଲା କମିଟିର ବିଜେଡି ସାଧାରଣ ସମ୍ପାଦକ ଭାବରେ ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ସାଧାରଣ ସମ୍ପାଦକ(ଯୁବ ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ ଜନତା ଦଳ ସଭାପତି ଡଃ ବ୍ୟେମୋକେଶ ରାୟଙ୍କ ସ୍ୱାକ୍ଷର ଥାଇ ଏକ ସୂଚନା ପ୍ରକାଶ ପାଇଛି। କଟକ ଜିଲ୍ଲାର ୧୦ଜଣ ସାଧାରଣ ସମ୍ପାଦକଙ୍କ ମଧ୍ୟରେ ସୁବର୍ଣ୍ଣପୁର ସରପଞ୍ଚ ତରୁଣ ମହାପାତ୍ରଙ୍କର ନାମ ଥିବାରୁ ଅଂଚଳରେ ଦଳୀୟକର୍ମୀ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ନବମନୋନୀତ ସାଧାରଣ ସମ୍ପାଦକ ଭାବରେ ନାମ ଘୋଷଣା ପରେ ତରୁଣ କୁମାର ବାଙ୍କୀର ବିଧାୟକ ଦେବୀରଂଜନ ତ୍ରିପାଠୀ,ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କୁ ଧନ୍ୟବାଦ ଜଣାଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ସାଧାରଣ ସମ୍ପାଦକ ପଦବୀ ପାଇଁ ଶ୍ରୀ ମହାପାତ୍ରଙ୍କ ନାମକୁ ବିଧାୟକ ଦେବୀରଂଜନ ତ୍ରିପାଠୀ ସୁପାରିସ କରିଥିବା ସମ୍ପର୍କରେ ନୂତନ ଭାବରେ ଘୋଷିତ ସାଧାରଣ ସମ୍ପାଦକ ପ୍ରକାଶ କରିଛନ୍ତି।

Comments are closed.