ଉପଜିଲ୍ଲାପାଳଙ୍କ ଦ୍ୱାରା ସାଲତମାମି କାର୍ଯ୍ୟ ସମ୍ପର୍ଣ୍ଣ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ କାର୍ଯ୍ୟାଳୟର ଆନୂଆଲ ଆକାଉଣ୍ଟ ଭେରୀଫିକେସନ (ସାଲତମାମି) କାର୍ଯ୍ୟ ଉପଜିଲ୍ଲାପାଳଙ୍କ ଦ୍ୱାରା ତଦାରଖ କରାଯାଇଥିଲା । ବେଗୁନିଆ ତହସିଲ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ସହିତ ତହସିଲ ଅଧୀନରେ ଥିବା ୪ଟି ସର୍କଲର ଆରଆଇ ମାନେ ଏହି କାର୍ଯ୍ୟରେ ସହଯୋଗ କରିଥିଲେ । ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବକୁ ନେଇ ଉପଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ । ଏଠାରେ ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଖୁବ କମ ଦିନ ଭିତରେ ସାଲତମାମି କାର୍ଯ୍ୟ ସୂଚାରୁରୂପେ ସମ୍ପାଦିତ କରିଥିବାରୁ ଉପଜିଲ୍ଲାପାଳ ତାଙ୍କର କାର୍ଯ୍ୟଶୈଳୀକୁ ତାରିଫ କରିଥିଲେ । କୋଭିଡ଼ ନୀତି ନିୟମ ଠିକ ଭାବରେ ପାଳନ କରାଯାଉଛି ନାଁ ନାହିଁ ଏବଂ ତାର ପରିଚାଳନା ସମ୍ପର୍କରେ ମଧ୍ୟ ଉପଜିଲ୍ଲାପାଳ ତଦାରଖ କରିଥିଲେ ।

Comments are closed.