ଭିନ୍ନକ୍ଷମ କ୍ରୀଡ଼ା ପ୍ରତିଯୋଗିତା ଉଦ୍‍ଯାପିତ

ସୁଆଣ୍ଡୋ : ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଭିଙ୍ଗାରପୁର ସ୍ଥିତ ବକ୍ରେଶ୍ୱର ହାଇସ୍କୁଲ ପରିସରରେ ରବିବାର ଭିନ୍ନକ୍ଷମ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ପ୍ରଫେସର ଶଶାଙ୍କ ମହାନ୍ତି , ମୁଖ୍ୟବକ୍ତା ସୁଆଣ୍ଡୋ ଗୋପବନ୍ଧୁ ସ୍ମୃତିପରିଷଦ କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ନାଥ ଦାଶ ସମ୍ମାନୀତ ଅତିଥି କୈଳାଶ ଚନ୍ଦ୍ର ମିଶ୍ର , ଶ୍ୟାମଳେନ୍ଦୁ ଜାନା , ବଳଭଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଗୋପବନ୍ଧୁ ସ୍ମୃତିପରିଷଦ ଓ ପ୍ରତିବନ୍ଧି କଲ୍ୟାଣ ସମିତିର ସହଭାଗୀତାରେ ପ୍ରତିଯୋଗିତାଟି କରାଯାଇଥିଲା ।
ଏଥିରେ ୨୫୭ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଟ୍ରାଇ ସାଇକେଲ ରେସ , ପଟାଟୋ ରେସ , ଟାର୍ଗେଟ ରେସ ଟ୍ରାଇ ଓ ସ୍ଲୋ ସାଇକେଲ ରେସ ଆଦି ସତରଟି ବିଭାଗରେ ଖେଳ କରାଯାଇଥିଲା । ପ୍ରତିଯୋଗିତାରେ କୃତକାର୍ଯ୍ୟ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଥମେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଅତିଥିମାନେ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସ୍ମୃତିପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସ କ୍ରିଡା ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ।

Comments are closed.