ସତ୍ୟବାଦୀ ବ୍ଲକରେ ୮ଟି ହାଇସ୍କୁଲ ୫ଟିରେ ସାମିଲ

ସୁଆଣ୍ଡୋ :  ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଗୁଡିକର ୫ଟି ଅଧିନରେ ଉନ୍ନତିକରଣ ଗୋଟିଏ ମହଦାକାଂକ୍ଷୀ ଯୋଜନା । ଏହି ଯୋଜନାରେ ସତ୍ୟବାଦୀ ବ୍ଲକରେ ୮ଟି ହାଇସ୍କୁଲକୁ ସାମିଲ କରାଯାଇଛି । ପ୍ରଥମେ ୬ଟି ହାଇସ୍କୁଲ ଏହି ଯୋଜନାରେ ସାମିଲ ହୋଇ ଉଦ୍ଘାଟିତ ହୋଇସାରିଛି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସାକ୍ଷୀଗୋପାଳ ସରକାରୀ ବାଳିକା ହାଇସ୍କୁଲ, ବଳ ପୁର ହାଇସ୍କୁଲ, ଦାଶବିଦ୍ୟାଧର ପୁର ଉନ୍ନିତ ହାଇସ୍କୁଲ ପ୍ରମୁଖ ୮ଗୋଟି ହାଇସ୍କୁଲ ୫ଟିରେ ସାମିଲ ହୋଇଛି। ସାମିଲ ହେଉଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ସତ୍ୟବାଦୀ ହାଇସ୍କୁଲ ପରିଦର୍ଶନ କରିଥିଲେ ।

ଏହି ଅବସରରେ ସତ୍ୟବାଦୀ ହାଇସ୍କୁଲ ପାଠାଗାର ଗୃହରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ନାୟକ, ସହକାରୀ ଯନ୍ତ୍ରୀ ବିଶ୍ୱ ମୋହନ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ, ବିଦ୍ୟାଳୟ ପ୍ରଧାନ ଶିକ୍ଷିକା ଭବମ ପ୍ରଧାନ, ଶିକ୍ଷକ ବିଜୟ କୁମାର ପରିଡା ଓ ସତ୍ୟବାଦୀ ଦାଶ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ସରକାରଙ୍କ ୫ଟି ଯୋଜନା ଏକ ମହଦାକାଂକ୍ଷୀ ଯୋଜନା ହୋଇଥିବା ରେ ସ୍ମାର୍ଟ ଶ୍ରେଣୀ ଗ୍ରୁହ, ବିଜ୍ଞାନାଗାର, କମ୍ପ୍ୟୁଟର ରୁମ, ଖେଳପଡ଼ିଆ ଓ ଉନ୍ନତ ମାନର ଜିମ୍ କରାଯାଇଛି ବୋଲି ବିଡିଓ ଶ୍ରୀ ନାୟକ କହିଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ବନବିଦ୍ୟାଳୟର ସ୍ମାରକୀ, ଗୋପବନ୍ଧୁଙ୍କ ଶେଷନିଃଶ୍ଵାସ ସ୍ଥଳକୁ ଦେଖାଇ ବିଜ୍ଞାନ ଗୃହରେ ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀ କିଛି ସମୟ ଶିକ୍ଷା ଦାନ କରିଥିଲେ ।

Comments are closed.