ବିଶ୍ୱଶାନ୍ତି ଓ ଗୀତାଜ୍ଞାନ ଯଜ୍ଞ

ସୁଆଣ୍ଡୋ: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସତ୍ୟବାଦୀ ଅଞ୍ଚଳର ବଜାର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ସବୁଆଡ଼େ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି ଅବସରରେ ହୋମ, ଯଜ୍ଞ, ଗୀତା, ଭାଗବତ ପାଠ ସଂକିର୍ତ୍ତନ ଆଦି କରାଯାଇଛି। ବଳପୁର ଶାସନର ଗୋପୀନାଥଙ୍କ ପୀଠରେ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଅଧିବାସ ଅଙ୍କୁରାରୋପଣ ସୂର୍ଯ୍ୟ ପୂଜା ମାତୃ ପୂଜା ଆଦି କରାଯାଇ ଶୁକ୍ରବାର ପୂ୍ର୍ଣ୍ଣାହୁତି ଦିଆଯାଇ ଥିଲା। ଆଚାର୍ଯ୍ୟ ଭାବେ ସିମାଞ୍ଚଳ ମହାପାତ୍ର ରହିଥିବା ବେଳେ ପଣ୍ଡିତ ବିଭୁତିଭୂଷଣ କର, ବିଷ୍ଣୁ ପ୍ରସାଦ ଦାଶ ଯଜ୍ଞ କର୍ମ ସମ୍ପାଦନ କରିଥିଲେ।

 

ବଳଭଦ୍ର ମିଶ୍ର ମମତାମୟୀ ମିଶ୍ର କର୍ତ୍ତା ଭାବେ ରହିଥିଲେ। ସେହିପରି ସାକ୍ଷୀଗୋପାଳ, ହରିପୁର, ଆନନ୍ଦ ପୁର ଆଦି ବିଭିନ୍ନ ଗ୍ରାମ ମାନଙ୍କରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Comments are closed.