ଉଜୁଡ଼ି ଗଲା ଫସଲ  ; ଚାଷୀ ମୁଣ୍ଡରେ ଚଡକ

ପରିବା ଦର ଆକାଶ ଛୁଆଁ

ସୁଆଣ୍ଡୋ : ଲଘୁଚାପ ଜନିତ ଲଗାଣ ବର୍ଷାରେ ପୁରୀଜିଲ୍ଲା ସତ୍ୟବାଦୀ ଅଞ୍ଚଳର ଚାଷୀମାନେ ବିଲରେ ଲଗାଇ ଥିବା ପନିପରିବା ଫସଲ ସଂପୂର୍ଣ୍ଣ ଭାବରେ ଉଜୁଡ଼ି ଯାଇଛି। ଏବେ ଚାଷୀ ମୁଣ୍ଡ ରେ ହାତ ଦେଇ ବସିଲେଣି। ଧାର କରଜ କରି କରିଥିବା ଫସଲ ହାନି ଦୁଃଖରେ କେତେକ ଗରିବ ଛାଷୀଙ୍କ ପରିବାରରେ ଚୁଲି ଜଳୁନି। କରଜ  କରି ଲଗାଇ ଥିବା ଝୁଡଙ୍ଗ , କଲରା , ଜହ୍ନି, କାକୁଡି ଭେଣ୍ଡି,  ଅମୃତଭଣ୍ଡା, ଛଚିନ୍ଦ୍ରା ପୋଇ. ଲଙ୍କା, ବାଇଗଣ, ପୋଟଳ, ଗଛ ଗୁଡିକ ବର୍ଷା ପାଣିରେ ୪ / ୫ ଦିନ ବୁଡି ରହିବା ହେତୁ ଗଛ ମୂଳ ସଢି ଯାଇ ମରିଯାଉଛି।

ଫସଲ ହାନି ଯୋଗୁ ହାଟ ବଜାର ରେ ପନିପରିବା ଦର ଅହେତୁକ ବଢିଚାଲିଛି। ୫୦ ଟଙ୍କା ତଳକୁ କୌଣସି ପରିବା ହାଟ ବଜାରରେ ମିଳୁନି। ୨ ଶହ ଟଙ୍କା ନେଇ ହାଟକୁ ଗଲେ ବ୍ୟାଗ ଅଧା ହେଉନଥିବା ଦେଖାଯାଉଛି। ଏଣେ ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସ ତେଜରାତି ଜିନିଷର ଦାମ ବଢିଚାଲିଥିବା ବେଳେ ପରିବା ଦର ବୃଦ୍ଧି ଯୋଗୁ ଖାଉଟିମାନେ ତ୍ରାହିତ୍ରାହି ଡାକିଲେଣି ।

Comments are closed.