ଭାର୍ଗବୀ ନଦୀରେ ଭାସି ଯାଉଥିବା ସମୟରେ ମହିଳା ଉଦ୍ଧାର

ସୁଆଣ୍ଡୋ: ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଜନୈକା ମହିଳା ଭାର୍ଗବୀନଦୀରେ ଭାସି ଯାଉଥିବା ସମୟରେ ସୁଆଣ୍ଡୋ ବ୍ରିଜ୍ ନିକଟରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର ହୋଇଛନ୍ତି। ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବା ହେତୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାକୁ ପଠାଇ ଦିଆଇଛି। ଚାରିଜଣ ସାହସୀ ଯୁବକ ଡଙ୍ଗା ନେଇ ନଈରେ ଭାସି ଯାଉଥିବା ମହିଳାଙ୍କୁ ଉଦ୍ଧାର କରିଥିଲେ। ପରେ ଖବର ପାଇ ଓଡ୍ରାଫ ଟିମ୍ ପହଞ୍ଚି ଥିଲେ। ଉଦ୍ଧାର କାର୍ଯ୍ୟରେ ସାହସୀ ଯୁବକମାନଙ୍କୁ ଲୋକମାନେ ପ୍ରଶଂସା କରିଛନ୍ତି। ସମ୍ପୃକ୍ତ ମହିଳାଙ୍କ ଘର ସରସ୍ୱତୀପୁର ବାଲିଗାଁ ଓ ତାଙ୍କର ଡାକ ନାମ କନକ ବୋଲି ଜଣାପଡିଛି।

Comments are closed.