MEllora 950×100

ଭାର୍ଗବୀରେ ପ୍ରଥମ ବନ୍ୟା

ସୁଆଣ୍ଡୋ: ଭାର୍ଗବୀରେ ପ୍ରଥମ ବନ୍ୟାଜଳ ଆସିଛି। ସମ୍ଭାବ୍ୟ ବନ୍ୟାକୁ ନଜରରେ ରଖି ବଳଂଗା ଜଳ ସଂପଦ ବିଭାଗ ପଷରୁ ନଦୀବନ୍ଧରେ ଗତକାଲି ଠାରୁ ପାଟ୍ରୋଲିଂ ଆରମ୍ଭ ହୋଇ ଯାଇଛି। ଜଳସ୍ରୋତ ତୀବ୍ର ରହିବା ହେତୁ ନଦୀପଠାରୁ ମାଟି ଅତଡା ଖାଉଥିବା ଦେଖା ଯାଉଛି। ବଳଂଗା ନିକଟରେ ବିପଦ ସଙ୍କେତ ୧୦ , ୪୨ ଫୁଟ ଥିବା ବେଳେ ଦିନ ୧୧.୩୦ ସମୟରେ ୧୦.୦୩ ଫୁଟ ରହିଛି। ଗତକାଲି ମୁଣ୍ଡଳୀ ଠାରୁ ୬ , ୪୩ ଘନଫୁଟ ଜଳ ନିଷ୍କାସନ ହେଉଥିବା ବେଳେ ରାତିରେ ୫ , ୯୦ ଘନଫୁଟ ଜଳ ପ୍ରବାହିତ ହେଉଛି। ସେହିପରି ବଳଂଗା ଠାରୁ ଗବକୁଣ୍ଡ ପର୍ଯ୍ୟନ୍ତ ୧୨ କିମି ନଦୀବନ୍ଧ ବର୍ତ୍ତମାନ ପାଇଁ ସୁରକ୍ଷିତ ରହିଛି ବୋଲି ବଳଂଗା ଉପଖଣ୍ଡ ଅଧିକାରୀ ରାକେଶ କୁମାର ମଲ୍ଲିକଙ୍କ ଠାରୁ ପ୍ରକାଶ। ମଟର ସାଇକେଲରେ ଉପଖଣ୍ଡ ଅଧିକାରୀ କନିଷ୍ଟୟନ୍ତ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି ଓ ଖଲାସ ମାନେ ନଦୀବନ୍ଧ ରେ ପହରା ଦେଉଥିବା ଦେଖିବାକୁ ମିଳିଛି।

Comments are closed.