ଓଲଟିଲା ବିଜୁଳି ଖୁଣ୍ଟି ବୋଝେଇ  ଟ୍ରାକ୍ଟର, ଡ୍ରାଇଭର ଗୁରତର

ସୁଆଣ୍ଡୋ: ଟ୍ରାକ୍ଟରରେ ଲଦା ହୋଇ ଆସୁଥିବା ବିଜୁଳି ଖୁଣ୍ଟି ଗାଡି ବୁଧବାର ଅପରାହ୍ନ ୩ଟା ସମୟରେ ସୁଆଣ୍ଡୋ ବ୍ରିଜ ପାଖ ନଦୀବନ୍ଧରୁ ଓଲଟି ପଡିଥିଲା। ଫଳରେ ଡ୍ରାଇଭର ଗୁରୁତର ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିବା ଜଣା ପଡିଛି । ସ୍ଥାନୀୟ ଲୋକେ ଦୁର୍ଘଟଣା ସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ସାକ୍ଷୀଗୋପାଳ ଡାକ୍ତର ଖାନାକୁ ପଠାଇ ଥିଲେ । ସାକ୍ଷୀଗୋପାଳ ବିଦ୍ୟୁତ ବିଭାଗ ଉପଖଣ୍ଡ କାର୍ଯ୍ଯାଳୟରୁ ଏହା ସୁଆଣ୍ଡୋ ଗ୍ରାମକୁ ଆସୁଥିଲା

 

ସୂଚନାଯୋଗ୍ୟ ସୁଆଣ୍ଡୋ ଗ୍ରାମର ମାତ୍ର ୫ ଶହ ମିଟର କେନାଲ ବନ୍ଧ ରାସ୍ତା କାମ ଆଠ ମାସ ହେଲା ଅଧପନ୍ତରା ହୋଇ ପଡ଼ି ରହିଛି । ଜିଲାପାଳ କଠୋର ଆଦେଶ ଦେବା ପରେ ବି ଆର୍ ଆଣ୍ଡ ବି ଅଧିକାରୀ ଓ ଠିକାଦାର ଠିକଣା ଭାବେ କାର୍ଯ୍ୟ ସମ୍ପାଦନ କରୁନଥିବା ଦେଖିବାକୁ ମିଳୁଛି। କେନାଲ ବନ୍ଧ ରାସ୍ତାରେ ଭାରୀ ଯାନ ଯାତାୟତ କରି ପାରୁନାହଁ । ମାସକ ମଧ୍ୟରେ ଏଠାରେ ଦୁଇ
ଦୁଇଟି ଦୁର୍ଘଟଣା ଘଟିଲେଣି।

Comments are closed.