ବାରୁଣୀ ମହୋତ୍ସବ ଉଦଯାପିତ

ସୁଆଣ୍ଡୋ : କରୋନା କଟକଣା ମଧ୍ୟରେ ସିମୀତ ସଂଖ୍ୟକ ଦର୍ଶକଙ୍କ ଉପସ୍ଥିତିରେ ପୁରୀଜିଲା ସୁଆଣ୍ଡୋରେ ଦୁଇଦିନ ଧରି ଚାଲିଥିବା ବାରୁଣୀ ମହୋତ୍ସବ ଶନିବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପୁରସ୍କାର ପ୍ରାପ୍ତ ନୃତ୍ୟାଙ୍ଗନାଙ୍କ ଦ୍ବାରା ଓଡିଶୀନୃତ୍ୟ ମା ସନ୍ତୋଷୀ ଗୋଟିପୁଅ ନୃତ୍ୟ କୃଷ୍ଣମୋହନ ମିଉଜିକ୍ ଏକାଡେମୀ ପକ୍ଷରୁ ଶିବ ତାଣ୍ଡବ ଓ ମେଲୋଡି ପରିବେଷଣ କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ପୁରୀ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଓମ୍ ପ୍ରକାଶ ମିଶ୍ର ଚଣ୍ଡୀପ୍ରସାଦ ସିଂହ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଗୋପବନ୍ଧୁ ସ୍ମୃତିପରିଷଦ ପକ୍ଷରୁ ସଭାପତି ତଥା ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ମୁଖ୍ୟଅତିଥିଙ୍କୁ ଉପଢୌକନ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷଦେବ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ କୃଷ୍ଣଚନ୍ଦ୍ର ଦାଶ ରାଜକିଶୋର ମହାନ୍ତି ସରୋଜ ମହାପାତ୍ର ସଂଯୋଜନା କରିଥିଲେ । ବିଳମ୍ବିତ ରାତିରେ ପର୍ଯ୍ୟନ୍ତ ଦର୍ଶକମାନେ ଉପସ୍ଥିତ ରହିଥିଲେ ।

Comments are closed.