କରୋନା ସଚେତନତା ବାର୍ତ୍ତା ବାଣ୍ଟିଲେ ବେନୁପଡା ମଠ ବାବାଜି

ସୁଆଣ୍ଡୋ : ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳର ବେନୁପଡା ମଠ ବାବାଜି ଗ୍ରାମାଞ୍ଚଳରେ କରୋନା ସଚେତନତାର ବାର୍ତ୍ତା ବାଣ୍ଟି ଚାଲିଛନ୍ତି । ପାରମ୍ପରିକ ବେଶରେ ବଂଶୀ ବଜେଇ ଆଠଦିନ ଧରି ଗ୍ରାମକୁ ଗ୍ରାମ ବୁଲୁଛନ୍ତି । ନିଜ ଘରେ ରହି ଭଗବାନ ଶ୍ରୀକୃଷ୍ଣଙ୍କ ନାମ ସଂକୀର୍ତ୍ତନ କରିବା , ସାତ୍ତ୍ଵିକ ଭୋଜନ , ସକାରାତ୍ମକ ଚିନ୍ତା ଭାବନା କରି ଇଶ୍ୱର ଉପାସନା କରିବାକୁ ସେ ଗ୍ରାମବାସୀ ମାନଙ୍କୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳୁଛି । ତାଙ୍କ କାନ୍ଧରେ ଝୁଲୁଥିବା ମୁଣାରେ ଥିବା ବିଭୁତି ସମସ୍ତଙ୍କୁ ବାଣ୍ଟି ଚାଲିଛନ୍ତି । ସେ କହନ୍ତି ଦୁଇ ହଜାର କୋଡ଼ିଏ ମସିହାର ପ୍ରଥମାର୍ଦ୍ଧ ଏପରି ଅଘଟଣ ଦେଖିବାକୁ ମିଳିଛି । ହେଲେ ଓଡିଶା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦେଶ ହୋଇଥିବାରୁ ଏ ବିପଦ ଖୁବଶୀଘ୍ର ଦେଶରୁ ହଟିଯିବ । ପୁଣ୍ୟଭୂମି ଭାରତ ପୁଣି ହସି ଉଠିବ । ଜନସମୁଦାୟ ନୂଆ ଢଙ୍ଗରେ ପୁଲକିତ ହୋଇ ପାରିବ ବୋଲି ବାବାଜି କହିଛନ୍ତି। ଗ୍ରାମବାସୀ ଉତ୍ସୁକତାର ସହ ବାବାଜିଙ୍କ କଥା ଶୁଣୁଥିବା ଦେଖା ଯାଇଥିଲା ।

Comments are closed.