ମହଙ୍ଗା ପଡ଼ିଲା ଷ୍ଟଣ୍ଟ; ରାସ୍ତାରେ ଛିଟ୍‌କି ପଡ଼ିଲେ ଯୁବକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯୁବକଙ୍କ ଷ୍ଟଣ୍ଟର ଭିଡିଓ । ଏନଏଚରେ ଯୁବକ ଜଣକ ଷ୍ଟଣ୍ଟ ଦେଖାଉଥିବା ଭିଡିଓରେ ଦେଖିବାକୁ  ମିଳୁଛି । ଭିଡିଓରେ ଯୁବକ ଜଣକ ଖୁବ୍‌ ଜୋରରେ ବାଇକ୍‌ ଚଳାଉଛନ୍ତି । ରାସ୍ତାରେ ଅନେକ ଗୁଡ଼ିଏ ଗାଡି ମଧ୍ୟ ଯାତାୟାତ କରୁଛି । ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଦିଲ୍ଲୀ ପୁଲିସ ପକ୍ଷରୁ ଟ୍ୱିଟରରେ ସେୟାର କରାଯାଇଛି । ଯାହାକୁ ଲୋକ ମାନେ ଦେଖି ଆଶ୍ଚର୍ଯ୍ୟ ହୋଉଛନ୍ତି ।

ବ୍ୟକ୍ତି ଜଣକ ବାଇକ୍‌ରେ କିଛି ସମୟ ଷ୍ଟଣ୍ଟ କରିବା ପରେ ବାଇକ୍‌ଟି ରାସ୍ତାରେ ଭାରସାମ୍ୟ ହରାଇ ଖସିପଡ଼ୁଛି ଆଉ ଅଳ୍ପକେ ବର୍ତ୍ତି ଯାଉଛନ୍ତି ଯୁବକ ଜଣକ । ଯୁବକ ଜଣକ ହେଲମେଣ୍ଟ ପିନ୍ଧିଥିବାରୁ ତାଙ୍କର ବିଶେଷ କ୍ଷତି ହେଉନାହିଁ । ସୌଭାଗ୍ୟ ବସତଃ ତାଙ୍କ ଅବସ୍ଥା ଠିକ୍‌ ରହୁଛି । ଦିଲ୍ଲୀ ପୁଲିସ ପକ୍ଷରୁ ଏହି ଭିଡିଓଟିକୁ ଟ୍ୱିଟରରେ ପୋଷ୍ଟ କରାଯାଇଥିବା ବେଳେ କ୍ୟାପସନରେ ଲୋକଙ୍କୁ ଏନେଇ ସଚେତନ କରିଛି ପୁଲିସ । ଦ୍ରୁତ ଗତିରେ ଗାଡି ନଚଳାଇବାକୁ ଲୋକ ମାନଙ୍କୁ ନିବେଦନ କରିଛି ଦିଲ୍ଳୀ ପୁଲିସ । ଭିଡିଓଟିକୁ ଅନେକ ଲୋକ ଦେଖିବା ସହ କମେଣ୍ଟରେ ନିଜର ମତାମତ ମଧ୍ୟ ଦେଇଛନ୍ତି ।

Comments are closed.