ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ, ଛାତ୍ରଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ଵର: ମାଟ୍ରିକ ପରୀକ୍ଷା ବାତିଲ ପରେ ଯୁକ୍ତ ୨ ପରୀକ୍ଷାକୁ ବି ବାତିଲ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ସରକାର ଯୁକ୍ତ ୨ ପରୀକ୍ଷା ସମ୍ପର୍କରେ ଏଯାଏ କୌଣସି ସ୍ପଷ୍ଟ ନିଷ୍ପତ୍ତି ନେଇ ନ ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ସୋମବାର ଶତାଧିକ ଯୁକ୍ତ ୨ ଛାତ୍ରଛାତ୍ର ଭୁବନେଶ୍ଵରେ ପହଞ୍ଚି ବିକ୍ଷୋଭ କରିଛନ୍ତି। ମାଷ୍ଟରକ୍ୟାଣ୍ଟିନଠାରେ ଛାତ୍ରଛାତ୍ରୀମାନେ ଏକଜୁଟ ହୋଇ ସରକାରଙ୍କ ନିଷ୍କ୍ରିୟତାର ପ୍ରତିବାଦ କରିଛନ୍ତି।

ତେବେ ଛାତ୍ରଛାତ୍ରୀମାନେ ମାଷ୍ଟରକ୍ୟାଣ୍ଟିନଠାରୁ ବିଧାନସଭା ଆଡକୁ ଅଗ୍ରସର ହେବାରୁ ପୁଲିସ ସେମାନଙ୍କୁ ଅଟକାଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୁଲିସ ଛାତ୍ରମାନଙ୍କୁ ବିକ୍ଷୋଭ ସ୍ଥଳରୁ ଉଠାଇ ନେଇ ଅଟକ ରଖିଥିଲା। ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ଯେ, ରାଜ୍ୟରେ କରୋନା ଭୂତାଣୁ ଦ୍ରୁତି ବେଗରେ ମାଡ଼ି ଚାଲିଛି। କିନ୍ତୁ ସରକାର ଏଯାଏ ଯୁକ୍ତ ୨ ପରୀକ୍ଷା ନେଇ କୌଣସି ନିଷ୍ପତ୍ତି ନେଉନାହାନ୍ତି। ଦଶମ ଛାତ୍ରଛାତ୍ରୀମାନେ ବିରୋଧ କରିବାରୁ ସେମାନଙ୍କ ପରୀକ୍ଷାକୁ ବାତିଲ କରାଯାଇଛି। ସେହିପରି ଆମ ପରୀକ୍ଷା ବି ବାତିଲ ହେଉ ବୋଲି ସେମାନେ ଦାବି କରିଛନ୍ତି।

Comments are closed.