କେନାଲରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

ସାଲେପୁର: ସାଲେପୁର ବ୍ଲକ ଗୋପିନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୋରପାରୀ ଗ୍ରାମରେ ଗାଧୋଇବାକୁ ଯାଇ ନିଖୋଜ ଥିôବା ଛାତ୍ରଙ୍କ ମୃତଦେହ ବୁଧବାର କେନାଲରୁ ଉଦ୍ଧାର ହୋଇଛି। ସାଲେପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ମାଟ୍ରିକ ପାସ୍‍ ଛାତ୍ର ଅଂଶୁମାନ ସାମଲଙ୍କ ମୃତଦେହ ପଟ୍ଟାମୁଣ୍ଡାଇ କେନାଲରୁ ଉଦ୍ଧାର କରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ ପାସ୍‍ ଛାତ୍ର ଅଂଶୁମାନ ସାମଲ ପଟ୍ଟାମୁଣ୍ଡାଇ କେନାଲରେ ଗାଧୋଇବା ସମୟରେ ନିଖୋଜ ହୋଇଥିଲେ।

Comments are closed.