ମନାଲୀ ଯାଉଥିବା ପର୍ଯ୍ୟଟକ ବସ୍‍ ଦୁର୍ଘଟଣାଗ୍ରସ୍ତ: ଅନେକ ଗୁରୁତର

ବିଳାସପୁର: ହିମାଚଳପ୍ରଦେଶର ବିଳାସପୁର ସ୍ଥିତ ମନାଲୀ-ଚଣ୍ଡିଗଡ଼ ଜାତୀୟ ରାଜପଥର ଗମ୍ଭର ପୋଲ ନିକଟରେ ମଙ୍ଗଳବାର ଏକ ପର୍ଯ୍ୟଟକ ବସ୍‍ ଦୁର୍ଘଟଣା ଗ୍ରସ୍ତ ହୋଇଛି। କେରଳର ଏମଇଏସ କଳା ଓ ବିଜ୍ଞାନ କଲେଜର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ମନାଲୀ ନେଇ ଯାଉଥିବା ଏହି ବସ୍‍ ଅଧା ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୨୪ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାର କାରଣ ଜଣାପଡ଼ି ନ ଥିଲେ ମଧ୍ୟ ବ୍ରେକ୍‍ ଫେଲ୍‍ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ସୂଚନା ଅନୁସାରେ, କେରଳର ଏମଇଏସ କଳା ଓ ବିଜ୍ଞାନ କଲେଜର ଛାତ୍ରଛାତ୍ରୀ ଓ ଶିକ୍ଷକ ନୂଆବର୍ଷ ଉପଲକ୍ଷେ ମନାଲୀ ବୁଲିବାକୁ ଯାଉଥିଲେ। ତେଣୁ ସେମାନେ ଦିଲ୍ଲୀରୁ ଏକ ଘରୋଇ ବସ୍‍ ଭଡ଼ାରେ ନେଇଥିଲେ। ବସ୍‌ରେ ୫୧ ଛାତ୍ରଛାତ୍ରୀ ଓ ୩ ଜଣ ଶିକ୍ଷକ ଥିଲେ। ଦୁର୍ଘଟଣାର ଖବର ମିଳିବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଆମ୍ବୁଲାନ୍ସ ସହାୟତାରେ ନିକଟସ୍ଥ ଡାକ୍ତରଖାନାକୁ ପଠାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି।

Comments are closed.