ସ୍କୁଲରେ ପାଳିତ ହେବ ସ୍ବାଧୀନତା ଦିବସ, ଭାଗ ନେବେନି ଛାତ୍ରଛାତ୍ରୀ

ଭୁବନେଶ୍ବର: ଚଳିତ ବର୍ଷ ବିନା ଛାତ୍ରଛାତ୍ରୀରେ ସ୍କୁଲରେ ପାଳିତ ହେବ ହେବ ସ୍ବାଧୀନତା ଦିବସ। ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସ ପାଳନ ଅବସରରେ ସ୍କୁଲରେ କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବେ। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଏଡାଇବା ପାଇଁ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଆଧାରରେ ସ୍କୁଲରେ ସ୍ବାଧୀନତା ଦିବସ ପାଳିତ ହେବ। ସ୍ବାଧୀନତା ଦିବସ ପାଳନରେ ଛାତ୍ରଛାତ୍ରୀ ଭାଗ ନେବେ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି।

Comments are closed.