ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ର ଓ ଅଭିଭାବକଙ୍କ ଧାରଣା

ଯାଜପୁର: ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଙ୍ଗାଳ ପଞ୍ଚାୟତର ଅଙ୍ଗାଳ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ସଂସ୍କୃତ ଓ ସାହିତ୍ୟ ଶିକ୍ଷକ ପ୍ରତାପ କୁମାର ମିଶ୍ରଙ୍କୁ ଅନ୍ୟତ୍ର ବଦଳୀ କରାଯିବ ପ୍ରତିବାଦରେ ଗୁରୁବାର ଛାତ୍ରମାନେ ଧାରଣାରେ ବସିଛନ୍ତି। ଏହା ସହିତ ଅଭିଭାବକମାନେ ମଧ୍ୟ ଧାରଣାରେ ସାମିଲ ହୋଇଛନ୍ତି। ଏହି ବିଦ୍ୟାଳୟରେ ଜଣେ ହିଁ ଶିକ୍ଷକ ସଂସ୍କୃତ ଓ ସାହିତ୍ୟ ପଢାଉଥିଲେ। ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଗଲେ ଶିକ୍ଷାଦାନ ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ଛାତ୍ରମାନେ ଦାବି କରିଛନ୍ତି। ଛାତ୍ର ଧାରଣାରେ ବସିବା ପରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ଧଳ ଛାତ୍ର ଓ ଅଭିବାବକଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ନଥିଲା। ଦାବି ପୂରଣ ନକଲେ ଅଗକୁ ଆନ୍ଦୋଳନ ତିବ୍ରତର ହେବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି।

Comments are closed.