ନବ ନିର୍ମାଣ କୃଷକ ସଂଗଠନର ଧାରଣା

ପାଟଣା : ଧାନମଣ୍ଡିରେ ମନ ଇଚ୍ଛା କଟଣି ଛଟଣି, ଅଖା ବସ୍ତାର ଅଭାବ ସ୍ଥଳେ ଜରି ବସ୍ତାର ଫେରସ୍ତ, ଚାଷୀକୁ ଅଖା ବସ୍ତାର ପ୍ରାପ୍ୟ ପ୍ରଦାନ, ଧାନ ମଣ୍ଡି ରେ ପହଞ୍ଚିବା ପରେ ଓଜନ କରିବା ଶ୍ରମିକଙ୍କ ଖର୍ଚ୍ଚ ମଣ୍ଡି ବହନ କରିବା, ବର୍ଷା ଖରାରେ ଧାନର ରଙ୍ଗ ବଦଳିଲେ ଅଧିକ ଧାନ କାଟିନେବା ଘଟଣାକୁ ବିରୋଧ, ମଣ୍ଡି ରେ ଧାନ ବିକ୍ରି କରି ନପାରି ବେପାରୀଙ୍କ ଦ୍ଵାରା ଚାଷୀକୁ ଶୋଷଣ , ସମସ୍ତ ଚାଷୀକୁ ସମସ୍ତ ଧାନ ବିକ୍ରି ପାଇଁ ଟୋକନ ପ୍ରଦାନ ଆଦି ଦାବିରେ ପାଟଣା ବ୍ଲକ୍ କୃଷକ ସଂଗଠନ ପକ୍ଷରୁ ପାଟଣା ବି.ଡି.ଓଙ୍କୁ ଦିଆଯାଇଥିବା ଦାବି ପୂରଣ ନ ହେବାରୁ ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପାଟଣା ବ୍ଲକ୍ ସାମ୍ନାରେ ଧାରଣା ଦିଆଯାଇଛି। ବ୍ଲକ୍ ସଂଯୋଜକ ରାଜ ବଲ୍ଲଭ ମିଶ୍ର , ଜିଲ୍ଲା ସଂପାଦକ ଲକ୍ଷ୍ମୀଧର ପ୍ରଧାନ, ଜିଲ୍ଲା ସହସଂଯୋଜକ ବିଳାସିନୀ ମହାନ୍ତ ଓ ଖଗେଶ୍ବର ମହାନ୍ତ , କର୍ଣ୍ଣ କୁମାର ମହାନ୍ତ , ସଦାନନ୍ଦ ମହାନ୍ତ , ରମାକାନ୍ତ ମହାନ୍ତ , ଲୋକନାଥ ମିଶ୍ର , ଜିତେନ୍ଦ୍ର ମିଶ୍ର , ଯୁଧିଷ୍ଟିର ଦାଶ , ଧ୍ୟାନେନ୍ଦ୍ର ଚୌଧରୀ , କରୁଣାକର ମହାନ୍ତ ,ଦୁର୍ୟୋଧନ ମହାନ୍ତ , ବ୍ରଜମୋହନ ମହାନ୍ତ, କୁଞ୍ଜ ମୋହନ ମହାନ୍ତ ଓ ଯୋଗେନ୍ଦ୍ର ମହାନ୍ତ ପ୍ରମୁଖ ଅନ୍ୟମାନେ ଧାରଣା ରେ ସାମିଲ ହୋଇ କେନ୍ଦ୍ର କୃଷି ବିଲ୍ ପ୍ରତ୍ୟାହାର ଓ ଚାଷୀ ଶୋଷଣ ବନ୍ଦ କରି ଚାଷୀ ଙ୍କୁ ନ୍ୟାୟ ଦେବାକୁ ଏଠାରେ ସ୍ୱର ଉଠାଇ ଥିଲେ।

Comments are closed.