ଗଣଶିକ୍ଷା ବିଭାଗର ମନମୁଖୀ କାର୍ଯ୍ୟକୁ ବିରୋଧ ; ଆମରଣ ଅନଶନରେ ବସିଲେ ନିଯୁକ୍ତି ଆଶାୟୀ କ୍ରୀଡା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ

ଭୁବନେଶ୍ବର : ଅଗଷ୍ଟ ୨୬ତାରିଖଠାରୁ ଅଦ୍ୟାବଧି ୮୧ଦିନ ଧରି ଦୁଃଖ, କଷ୍ଟ ଓ ମାନସିକ ଅଶାନ୍ତି ଭିତରେ ଅହୋରାତ୍ର ଧାରଣାରେ ବସି ରହିଛନ୍ତି ନିଯୁକ୍ତି ଆଶାୟୀ କ୍ରୀଡା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକସଂଘ। ମାତ୍ର ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ଏହି ସଂଘ ଆମରଣ ଅନଶନରେ ବସିବା ପାଇଁ ନିଷ୍ପତ୍ତି ନେଇଛି। ଯଥାଶୀଘ୍ର ସରାକରଙ୍କ ପକ୍ଷରୁ ନିଯୁକ୍ତି ଆଶାୟୀ କ୍ରୀଡା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କର ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରାନଗଲେ ଆତ୍ମାହୂତି ଦେବାକୁ ପଛେଇବେ ନାହିଁ ବୋଲି ମଧ୍ୟ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସଂଘର ଅଭିଯୋଗ ଅନୁସାରେ, ୨୦୧୪ମସିହାରୁ ଅଦ୍ୟାବଧି ଦୀର୍ଘ ୫ବର୍ଷ ହେବ ୪ହଜାରରୁ ଉର୍ଦ୍ଧ୍ବ ସରାକରୀ ବିଦ୍ୟାଳୟରେ ୮୯୨୬ପଦବୀ ଖାଲିପଡ଼ିଥିଲା। ୨୦୧୯ରେ ବୃଦ୍ଧି ଏହା ପାଇ ୧୫ହଜାର ଅତିକ୍ରମ କରିଥିଲା। ଏଥିମଧ୍ୟରେ କ୍ରୀଡା, ହିନ୍ଦୀ, ସଂସ୍କୃତ ଶିକ୍ଷକ ପଦବୀ ରହିଥିଲା। କିନ୍ତୁ ଗଣଶିକ୍ଷା ବିଭାଗ ମୌନବ୍ରତ ଅବଲମ୍ବନ କରି ରହିଛି। ନିର୍ବାଚନ ପରେ କ୍ରୀଡା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଅଦ୍ୟବଧି ଏହା ଉପରେ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି।

Comments are closed.