ଝାରସୁଗୁଡାରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଝାରସୁଗୁଡା: ମଙ୍ଗଳବଜାର ସ୍ଥିତ ପୁରୁଣା ଡାକ୍ତରଖାନାକୁ ପୂର୍ବ ଭଳି କାର୍ଯ୍ୟକ୍ଷମ କରିବା ପାଇଁ ଶନିବାର ଜୟଭୀମ ଘାସି ସମାଜ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବରେ ଝାରସୁଗୁଡାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳୁ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଝାରସୁଗୁଡା ସହରର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, କଲେଜ ଏବଂ ସମସ୍ତ ଅନୁଷ୍ଠାନକୁ ବନ୍ଦ ରଖିବା ପାଇଁ ଏହି ବନ୍ଦ ଡାକରାରେ ଆହ୍ବନା ଦିଆଯାଇଛି । ଜୟଭୀମ ଘାସି ସମାଜ ସହ ଅନ୍ୟ ବିଭିନ୍ନ ସଙ୍ଗଠନ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ।

ପ୍ରକାଶଯୋଗ୍ୟ ଯେ, ଗତ ୨୭ ତାରିଖରେ ଚିକିତ୍ସା ଅବହେଳାରେ ଏକ ୯ ମାସର ଶିଶୁର ମୃତ୍ୟୁ ହେବା ପରେ ପୂରୁଣା ଚିକିତ୍ସାଳୟକୁ ପୂର୍ବ ଭଳି କାର୍ଯ୍ୟକ୍ଷମ କରିବା ପାଇଁ ଘାସି ସମାଜ ପକ୍ଷରୁ ଦୀର୍ଘ ୬ ଦିନ ଧରି ଆନ୍ଦେଳନ ଜାରି ରହିଛି ।

Comments are closed.