ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ଗଞ୍ଜାମ ବ୍ଲକ ଶାଖା ସଂଘ ପକ୍ଷରୁ ୧୫ ଦଫା ଦାବୀ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଗଞ୍ଜାମ: ନିଖିଳ ଓଡିଶା ଅଙ୍ଗନବାଡି ଗଞ୍ଜାମ ବ୍ଲକ ଶାଖା ସଂଘ ପକ୍ଷରୁ ୧୫ ଦଫା ସମ୍ବଳିତ ବିଭିନ୍ନ ଦାବୀ ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ପ୍ରଥେମେ ଗଞ୍ଜାମ ସହର ସ୍ଥିତ ତ୍ରିବେଣୀ ମଠ ଛକ ନିକଟରୁ ଶତାଧିକ ଅଙ୍ଗନବାଡି କର୍ମୀ ଓ ହେଲପର ବିରାଟ ଶୋଭାଯାତ୍ରାରେ ବିଭିନ୍ନ ନାରାଦେଇ ସହର ପରିକ୍ରମା ପରେ ବ୍ଲକ କାର୍ୟ୍ୟାଳୟ ମୁଖ୍ୟ ଫାଟକ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ମନ୍ତୀ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଉପଜିଲ୍ଲାପାଳ, ଗଞ୍ଜାମ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଓ ସିଡିପିଓଙ୍କୁ ପ୍ରଦାନ କରାଯିବା ସହ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ପ୍ରେରଣ କରାଯାଇଥିଲା। ଏହି ଆନ୍ଦୋଳନରେ ସଭାପତି ପ୍ରତିମା ଦାଶ, ସମ୍ପାଦିକା ନିରୂପମା ପଟନାୟକ, ଷ୍ଟେଟ ମେମ୍ବର ଏସ.ଲୀଳାବତୀ ଦୋରା, ବବିତା ସେଠି, ବବିତା ପଣ୍ଡା, ସରିତା ବେହେରା, ସୂର୍ୟ୍ୟକାନ୍ତ ରେଡି, ସଶ୍ମିତା ଦାଶ, ପି.ମଲ୍ଲି ରେଡି, ଧରିତ୍ରୀ ଦାଶ ସମେତ ଶତାଧିକ ଅଙ୍ଗନବାଡି କର୍ମୀ ଓ ହେଲପରମାନେ ଯୋଗ ଦେଇଥିଲେ ।

Comments are closed.