ମାଫିଆଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ଚେତାବନୀ: ଅପରାଧ ଛାଡ଼, ନ ହେଲେ ୧୦ଫୁଟ ମାଟିତଳେ ପୋତିଦେବି

ରାୟପୁର: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଏବେ ଆକ୍ସନ ମୋଡ଼ରେ ଅଛନ୍ତି । ହେଶଙ୍ଗାବାଦର ବାବାଇଠାରେ ଏକ କୃଷକ ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ ରାଜ୍ୟର ମାଫିଆ ଓ ଅପରାଧୀମାନଙ୍କୁ ନୂଆ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯେ ତୁମେମାନେ ଅପରାଧ ଛାଡ଼ିଦିଅ ନଚେତ୍ ରାଜ୍ୟ ଛାଡ଼ି ଚାଲିଯାଅ । ଯେଉଁମାନେ ରାଜ୍ୟରେ ଅପରାଧ କରିବେ, ବିଶୃଙ୍ଖଳା ମଞ୍ଜି ପୋତିବେ ସେମାନଙ୍କୁ ରକ୍ଷା ନାହିଁ । ସେମାନଙ୍କୁ ମାଟିର ୧୦ଫୁଟ ତଳେ କବର ଦିଆଯିବ ବୋଲି ବୋଲି ଶିବରାଜ କହିଛନ୍ତି ।

ଶିବରାଜ ଅପରାଧୀଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଆଜିକାଲି ସେ ଅତ୍ୟନ୍ତ କଠୋର ମନୋଭାବ ପୋଷଣ କରୁଛନ୍ତି । କୌଣସି ବିଶୃଙ୍ଖଳାକୁ ସେ ପ୍ରଶ୍ରୟ ଦେବେ ନାହିଁ । ବାହୁବଳ ଓ ଅର୍ଥବଳ ବ୍ୟବହାର କରି ଯେଉଁମାନେ ଜବର ଦଖଲ କରିଛନ୍ତି, ଅଟ୍ଟାଳିକା ଗଢ଼ିଛନ୍ତି ବା ଯେଉଁମାନେ ନିଶା କାରବାର କରୁଛନ୍ତି ସେମାନଙ୍କୁ  ମାଫିଆ ବୋଲି କୁହାଯାୁଛି । ତେଣୁ ଏହି ଲୋକମାନେ ତୁରନ୍ତ ମଧ୍ୟପ୍ରଦେଶ ଛାଡ଼ି ଚାଲି ଯାହାନ୍ତୁ ।    ଯଦି ତୁମେ ମଧ୍ୟପ୍ରଦେଶ ଛାଡୁ ନାହଁ ତେବେ ସମାଧି ନେବା ଲାଗି ପ୍ରସ୍ତୁତ ହୋଇଯାଅ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଉତ୍ତମ ଶାସନ ଅର୍ଥ ହେଉଛି ଲୋକମାନେ ବିଚଳିତ ନ ହେବା ଉଚିତ୍ | ଦାଦା, ଗୁଣ୍ଡାଗିରି ରାଜ୍ୟରେ ଚାଲିବ ନାହିଁ ।  ସେ କହିଥିଲେ ଯେ ବର୍ତ୍ତମାନ ଲୋକଙ୍କୁ ଅଫିସ୍ ପରିଦର୍ଶନ କରିବାକୁ ପଡିବ ନାହିଁ। ଉତ୍ତମ ଶାସନ ଅର୍ଥ ହେଉଛି ଯେ ଲୋକମାନେ କିଛି ନ ନେଇ ଏକ ସମୟ ସୀମା ମଧ୍ୟରେ ଉପକୃତ ହେବା ଉଚିତ୍ |

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଶିବରାଜ  କହିଛନ୍ତି ଯେ ଯେଉଁମାନଙ୍କର କୃଷି ବିଷୟରେ ଜ୍ଞାନ ନାହିଁ ସେମାନେ କୃଷି ବିଷୟରେ କଥାବାର୍ତ୍ତା କରୁଛନ୍ତି ।  ଚୁକ୍ତିଭିତ୍ତିକ ଚାଷ କୃଷକଙ୍କ ସ୍ୱାର୍ଥରେ | ସରକାର ସେମାନଙ୍କୁ ଅଧିକ ଋଣ ଦେବେ ବୋଲି ମଧ୍ୟ ଶିବରାଜ କହିଛ ବୃଦ୍ଧି କରିବେ ବୋଲି ସେ କୃଷକମାନଙ୍କୁ ଆଶ୍ୱାସନା ଦେଇଛନ୍ତି।

Comments are closed.