ଚାପମୁକ୍ତ ରହିବାର ସରଳ ଉପାୟ

ପ୍ରତି ୧୬ଜଣରେ ୭ଜଣ ବ୍ୟକ୍ତି ମାନସିକ ଚାପରେ ରହୁଥିବାର ସର୍ବେକ୍ଷଣରୁ ଜଣାପଡ଼ିଛି। ଚାପକୁ କମ୍ କରିବା ନିମନ୍ତେ ସରଳ ଘରୋଇ ଉପଚାରକୁ ପାଳନ କଲେ ହିଁ ଲାଭବାନ୍ ହୋଇପାରିବେ।
– ଅନ୍ୟ କାହାର ଆଦେଶ କିମ୍ବା ଉପଦେଶକୁ ବାଧ୍ୟବାଧକତା ଭାବେ ମାନିଲେ କୌଣସି ଭଲ ଫଳ ମିଳିନଥାଏ, ବରଂ ନିଜ ନିଷ୍ପତ୍ତି ନେଇ ଆଗକୁ ବଢ଼ନ୍ତୁ।
– ସକାଳୁ ଉଠିବା ପରେ କିଛି ସମୟ ମନପସନ୍ଦର ଗୀତ ଶୁଣନ୍ତୁ, ନଚେତ୍ ବାଲକୋନିରେ ଚଲାବୁଲା କରନ୍ତୁ। ଦେଖିବେ ଏଭଳି ଅଭ୍ୟାସରେ ଆପଣଙ୍କୁ ଖୁବ୍ ଫୂର୍ତ୍ତି ଲାଗିବ।
– କୌଣସି ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଦେଖି ମନ ଖୁସି କରନ୍ତୁ। ହସିଲେ ହିଁ ଆପଣଙ୍କୁ ମାନସିକ ଶାନ୍ତି ମିଳିବ।
-ହାତ, ପାଦ ଓ ମୁଣ୍ଡ ନିୟମିତ ମାଲିସ୍ କରନ୍ତୁ। ମାନସିକ ଚାପ କମ୍ କରିବାର ଏହା ମଧ୍ୟ ଏକ ସରଳ ଉପାୟ ବୋଲି ଗବେଷକଙ୍କ ମତ।

Comments are closed.