ପାଟଣା ବ୍ଲକ୍ ଉଜ୍ବଳ ଆଲୋକ ବ୍ୟବସ୍ଥା ବିଫଳ, ବର୍ଷେ ହେଲା ଛକରେ ଲାଇଟ ଜଳୁନାହିଁ

ପାଟଣା: ବ୍ୟସ୍ତ ବହୁଳ ପାଟଣା ବ୍ଲକ୍ ଛକରେ ବର୍ଷେ ହେଲା ଷ୍ଟ୍ରିଟ ଲାଇଟ୍ ଜଳୁନାହିଁ। ଛକରେ ଲାଗିଥିବା ଏହି ଉଜ୍ବଳ ଆଲୋକ ବ୍ୟବସ୍ଥା ଛକଠାରୁ ପାଟଣା ବଜାର ଅଞ୍ଚଳ ସହ ଢେଙ୍କିକୋଟ ଏବଂ କେନ୍ଦେଇପଶି ରାସ୍ତାକୁ ମଧ୍ୟ ଅନ୍ଧାରରେ ଜାଣିବା ସୁଯୋଗ ଦେଉଥିଲା। ଏହି ବ୍ଲକ୍ ଛକରେ କେବଳ ଦିନ ସମୟରେ ନୁହେଁ ରାତ୍ରି ସମୟରେ ମଧ୍ୟ ଯାତ୍ରୀମାନେ ବସ ଓ ଅନ୍ୟାନ୍ୟ ଯାନବାହାନରେ ଆସିଥାନ୍ତି। ଅପେକ୍ଷାରତ ଯାତ୍ରୀଙ୍କୁ ମଧ୍ୟ ଆଲୋକ ବ୍ୟବସ୍ଥା ସାହସ ଦେଉଥିଲା। ଦୀର୍ଘଦିନ ହେଲା ପାଟଣା ବ୍ଲକ୍ ଛକଠାରେ ଉଜ୍ବଳ ଆଲୋକ ବ୍ୟବସ୍ଥା ଅଚଳ ହୋଇପଡ଼ିଥିବାରୁ ଏହାର ମରାମତି କରାଯାଇ ଆଲୋକ ବ୍ୟବସ୍ଥା ଜାରି ରଖିବାକୁ ମତ ପ୍ରକାଶ ପାଇଛି।

Comments are closed.