www.samajalive.in
Sunday, December 14, 2025
23.1 C
Bhubaneswar

ଭୁବନେଶ୍ୱର ଇଲେକଟ୍ରୋପ୍ରିନ୍ୟୋର ପାର୍କ ପକ୍ଷରୁ ସ୍କାଉଟ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭାରତ ସରକାରଙ୍କ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ସମର୍ଥନରେ ଇଏସଡିଏମ ଷ୍ଟାର୍ଟଅପଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ଭୁବନେଶ୍ୱରରେ ଇଲେକଟ୍ରୋନିକ ସିଷ୍ଟମ ଡିଜାଇନ ଓ ବିନିର୍ମାଣ (ଇଏସଡିଏମ୍‍) କ୍ଷେତ୍ରରେ ଗବେଷଣା ଓ ବିକାଶ, ନବୋନ୍ମେଷ, ଉତ୍ପାଦର ବିକାଶ, ଔଦ୍ୟୋଗିକତାକୁ ଉତ୍ସାହିତ କରିବା ନିମନ୍ତେ ଏକ ପୂର୍ଣ୍ରାଙ୍ଗ ପରିବ୍ୟବସ୍ଥା ସୃଷ୍ଟି ନିମନ୍ତେ ସଫ୍ଟୱେର ଟେକନୋଲୋଜି ପାର୍କସ ଅଫ ଇଣ୍ଡିଆ (ଏସଟିପିଆଇ) ପକ୍ଷରୁ ଭୁବନେଶ୍ୱରଠାରେ ଇଲେକଟ୍ରୋପ୍ରିନ୍ୟୋର ପାର୍କ ସ୍ଥାପନ କରାଯାଇଛି।

ଏହି ପ୍ରୟାସର ଅଂଶସ୍ୱରୂପ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସସିଏଲ) ସହଯୋଗରେ ଇଲେକଟ୍ରୋପ୍ରିନ୍ୟୋର ପାର୍କ ଭୁବନେଶ୍ୱର ପକ୍ଷରୁ ସ୍ମାର୍ଟ ଚାଲେଞ୍ଜ ଆଣ୍ଡ ଆଉଟକମ୍‍ ଫର ଅର୍ବାନ ଟ୍ରାନ୍ସଫର୍ମେସନ (ସ୍କାଉଟି ୨୦୨୧) ଶୀର୍ଷକରେ ସ୍ମାର୍ଟ ସିଟି ସମାଧାନଗୁଡିକ ପାଇଁ ଏକ ସର୍ବଭାରତୀୟ ଭର୍ଚୁଆଲ ତ୍ୱରାନ୍ୱିତକାରୀ କାର୍ଯ୍ୟକ୍ରମ ଏବଂ ତାହାର ଉଦଯାପନି ଓ ଉତ୍ପାଦ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ସ୍ମାର୍ଟସିଟି ସମସ୍ୟାଗୁଡିକର ସମାଧାନ ଏବଂ ସହରୀ ଜୀବନକୁ ଉନ୍ନତ କରି ଗଢିତୋଳିବା ତଥା ସମ୍ପୂର୍ଣ୍ଣ ଭିନ୍ନ ପ୍ରଯୁକ୍ତି ଜରିଆରେ ରୂପାନ୍ତରଣ ଆଣିବା ଲକ୍ଷ୍ୟନେଇ ସମ୍ପୂର୍ଣ୍ଣ ନୂତନ ଉତ୍ପାଦ ଓ ସମାଧାନ ଆହ୍ୱାନ କରିବାକୁ ସ୍କାଉଟ ଆୟୋଜନ କରାଯାଇଥିଲା।

- Advertisement -

ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ଏସଟିପିଆଇ ମହାନିର୍ଦ୍ଦେଶକ ଅରବିନ୍ଦ କୁମାର, ଭାରତ ସରକାରଙ୍କ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଯୁଗ୍ମ ସଚିବ ଭୁବନେଶ କୁମାର, ଭୁବନେଶ୍ୱର ମହାନଗର ନିଗମର କମିଶନର ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ସିଇଓ ସଞ୍ଜୟ କୁମାର ସିଂ, ଏସଟିପିଆଇ ଭୁବନେଶ୍ୱର ନିର୍ଦ୍ଦେଶକ ମାନସ ପଣ୍ଡା, ଏସଟିପିଆଇ ଷ୍ଟାର୍ଟଅପ ଓ ନବୋନ୍ମେଷ ପ୍ରୋତ୍ସାହନର ନିର୍ଦ୍ଦେଶକ ଏବଂ ଏସଟିପିଆଇନେକ୍ସଟର ସିଇଓ ସୁବୋଧ ସାଚାନ, ଆଇଇଏସ୍‍ଏର ପ୍ରେସିଡେଣ୍ଟ ତଥା ସିଇଓ କେ କ୍ରିଷ୍ଣ ମୂର୍ତ୍ତି, ଏକ୍ସେଲପଏଣ୍ଟ ସିଷ୍ଟମ୍ସ ପ୍ରାଇଭେଟ ଲିମିଟେଡର ଆର ଡି ପାଇ, ସିଙ୍ଗାପୁର ଆଇଓଟି କନସୋର୍ଟିୟମର ବିଜନେସ ଡେଭଲପମେଣ୍ଟ ଡାଇରେକ୍ଟର ଦିନେଶ ତିୱାରୀ, ୟୁକେ ଇଣ୍ଡିଆ ବିଜନେସ କାଉନସିଲ, ସିଷ୍ଟମ ଇଣ୍ଟିଗ୍ରେଟର୍ସ ଆଣ୍ଡ ଟେକ୍‍ ପାର୍ଟନର୍ସର ଡାଇରେକ୍ଟର କ୍ରିସ ହେୟସ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ସ୍କାଉଟରେ ବିକଶିତ ୨୬ ଜଣ ଚୂଡାନ୍ତ ମନୋନୀତଙ୍କ ଉତ୍ପାଦଗୁଡିକୁ ପ୍ରଦର୍ଶନ କରିବାକୁ ଭାରତ ସରକାରଙ୍କ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭୁବନେଶ କୁମାରଙ୍କ ଦ୍ୱାରା ଏକ ଭର୍ଚୁଆଲ ପ୍ରଦର୍ଶନୀର ଶୁଭାରମ୍ଭ କରାଯାଇଥିଲା।

ଏଥିରେ ପୁରସ୍କାର ଆକାରରେ ବିଜେତାଙ୍କୁ (କୋକୋସ୍ଲାବ୍‍ସ ଇନୋଭେଟିଭ ସଲ୍ୟୁସନ୍ସ)କୁ ୩ ଲକ୍ଷ ଟଙ୍କା, ପ୍ରଥମ ରନର ଅପ୍‍ (ଆର୍ଥଜି ଟେକ୍‍ନୋଲୋଜି ସଲ୍ୟୁସନ୍ସ)କୁ ୨ ଲକ୍ଷ ଟଙ୍କା ଏବଂ ଦ୍ୱିତୀୟ ରନର ଅପ୍‍ (ରାକେଟେଲ ସଲ୍ୟୁସନ୍ସ)କୁ ୧ ଲକ୍ଷ ଟଙ୍କା ନଗଦ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା।୪ଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ଦଳ (ଫ୍ୟୁଜଲେଜ ଇନୋଭେସନ୍ସ, ମାଲହାରି ପ୍ରୋଜେକ୍ଟସ, ବ୍ୟାକୟାର୍ଡ କ୍ରିଏଟର୍ସ, ଏୱାର୍ନ ସିଷ୍ଟମ୍ସ) ମଧ୍ୟରୁ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅର୍ଥ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଏଥିସହିତ ପ୍ରତି ଅଂଶଗ୍ରହଣକାରୀଙ୍କୁ ସେମାନଙ୍କ ଉପକରଣ, ଡେଭେଲପମେଣ୍ଟ ବୋର୍ଡ ଏବଂ ପିଓସି ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ଅନ୍ୟାନ୍ୟ ସେବା ସହାୟତା ନେବା ନିମନ୍ତେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଭରଣା ରାଶି ପ୍ରଦାନ କରାଯାଇଥିଲା। ଅନ୍ୟାନ୍ୟ ପ୍ରମୁଖ ପୁରସ୍କାର ଆକାରରେ ବିଜେତାମାନେ ହାକାଥନ୍‍ରେ ମନୋନୀତ ପିଓସିଗୁଡିକର ରୂପାୟନ ନିମନ୍ତେ ବାସ୍ତବ ସମୟ ଭିତ୍ତିକ କାର୍ଯ୍ୟକାରିତାସ ସହଯୋଗ ଲାଭ କରିବେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories