ଏକ ଘନ ଜଙ୍ଗଲରେ ଗୋଟିଏ ଛୋଟ ବୃକ୍ଷ ଥିଲା। ସିଏ ସର୍ବଦା ଏକ ସୁନ୍ଦର ଖ୍ରୀଷ୍ଟମାସ ଟ୍ରି ହେବାକୁ ସ୍ବପ୍ନ ଦେଖୁଥିଲା। ମାନବ ସମାଜରେ ରହିବାକୁ ଇଚ୍ଛା କରୁଥିଲା। କିନ୍ତୁ ସେହି ଜଙ୍ଗଲରେ ଥିବା ଅନ୍ୟ ପୁରୁଣା ବୃକ୍ଷମାନେ ତାକୁ ବୁଝାଉଥିଲେ ଯେ, ମଣିଷ ସମାଜରେ ରହିବାର ବିଚାର ଭଲ ନୁହେଁ। କିନ୍ତୁ ସେହି ଛୋଟ ବୃକ୍ଷ ଏହାକୁ ବୁଝୁନଥିଲା।
ଖ୍ରୀଷ୍ଟମାସର ଠିକ୍ ଗୋଟିଏ ଦିନ ପୂର୍ବରୁ ଘର ସଜାଇବା ପାଇଁ ଏକ ପରିବାର ବୃକ୍ଷ ଆଣିବାକୁ ସେହି ଜଙ୍ଗଲରେ ପହଞ୍ଚିଲେ। ସେହି ପରିବାରର ଜଣେ ଶିଶୁ ସଦସ୍ୟକୁ ଏହି ବୃକ୍ଷଟି ବହୁତ ପସନ୍ଦ ଆସିଲା। ସେ ତାକୁ ନିଜ ଘରକୁ ନେଇଗଲା ଏବଂ ନିଜ କକ୍ଷରେ ରଖିଲା। ରଙ୍ଗ ବେରଙ୍ଗର ଆଲୋକ ଓ ଖେଳନାରେ ସେହି ବୃକ୍ଷକୁ ସଜାଇଲା। ତାକୁ ଖ୍ରୀଷ୍ଟମାସ ଟ୍ରି ର ରୂପ ଦେଲା। ଏହାକୁ ଶିଶୁଟି ଅତ୍ୟନ୍ତ ସ୍ନେହ କଲା। ତାଙ୍କ ସମ୍ପର୍କୀୟ ଓ ସାଙ୍ଗସାଥୀମାନେ ମଧ୍ୟ ଟ୍ର କୁ ଭଲ ପାଉଥିଲେ। ଜାନୁଆରୀ ମାସ ପର୍ଯ୍ୟନ୍ତ ଖ୍ରୀଷ୍ଟମାସ ଟ୍ରି ଆକର୍ଷଣ କେନ୍ଦ୍ର ପାଲଟିଥିଲା। କିନ୍ତୁ ପରେ ଟ୍ରି ରୁ ପତ୍ର ଛଡିବା ଆରମ୍ଭ ହେଲା। ଏବେ କେହି ସେହି ଟ୍ରି କୁ ପସନ୍ଦ କଲେ ନାହିଁ। ଦିନେ ପରିବାର ଲୋକେ ସେହି ଟ୍ରି କୁ ଅଳିଆଗଦାରେ ପକାଇ ଦେଲେ। ଟ୍ରି ବହୁତ ଦୁଃଖ ଅନୁଭବ କଲା।
କିଛି ଦିନ ପରେ ସ୍ଥାନୀୟଲୋକ ସେହି ବୃକ୍ଷକୁ ପୁଣି ମାଟିରେ ପୋତି ଦେଲେ। ବୃକ୍ଷଟି ପୁଣି ନିଜ ଶାଖା ଓ ପତ୍ର ଫେରି ପାଇଲା। ପୂର୍ବରୁ ଯେଉଁ ପରିବାର ଏହି ବୃକ୍ଷଟିକୁ ଘରେ ରଖିଥିଲେ ପୁଣି ସେମାନେ ଆସି ତାକୁ ଘରକୁ ନେଇଗଲେ। ପୁଣି ଥରେ ସୁନ୍ଦର ଆଲୋକମାଳାରେ ବୃକ୍ଷଟିକୁ ସଜାଇ ଘରେ ରଖିଲେ। ଛୋଟ ପିଲାମାନେ ମଧ୍ୟ ବୃକ୍ଷଟିକୁ ବହୁତ ସ୍ନେହ କଲେ। ସେତେବେଳେ ଖ୍ରୀଷ୍ଟମାସ ଟ୍ରି ହୃଦୟଙ୍ଗମ କଲା ଯେ ଜଙ୍ଗଲର ଅନ୍ୟ ବୃକ୍ଷଗୁଡିକୁ ତାକୁ ଭୁଲ କଥା କହିଥିଲେ, ମଣିଷ ଜାତି ଭଲ। ସେହି ପରିବାର ସହ ଖ୍ରୀଷ୍ଟମାସ ଟ୍ରି ସାରା ଜୀବନ ରହିଲା।
courtesy: supportmeindia ଆଲେଖ୍ୟ : ବୈଜୟନ୍ତି ନାୟକ
Comments are closed.