ସେୟାର ବଜାର ଉପରେ କରୋନାର ମାଡ : ଘଣ୍ଟାଏରେ ନିବେଶକ ହରାଇଲେ ୧୦ ଲକ୍ଷ କୋଟି

ମୁମ୍ବଇ : ସୋମବାର ସେୟାର ବଜାର ଉପରେ କରୋନାର ମାଡ ହୋଇଛି। ସେୟାର ବଜାରରେ କ୍ରମାଗତ ହ୍ରାସ ଯୋଗୁଁ କାରବାରର ପ୍ରଥମ ଘଣ୍ଟାରେ ନିବେଶକମାନେ ୧୦ ଲକ୍ଷ କୋଟି ଟଙ୍କାର ଘାଟା ସହିଛନ୍ତି। ସେନ୍‌ସେକ୍ସ ୩,୧୮୫.୮୪ ପଏଣ୍ଟ ହ୍ରାସ ହୋଇ ୨୬,୭୩୦.୧୨ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୯୨୩.୯୫ ପଏଣ୍ଟ ରୁ  ୭,୮୨୧.୫୦ ପଏଣ୍ଟକୁ ଖସି ଆସିଛି।

ବିଏସ୍‌ଇ ରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜିକରଣ କାରବାର ବନ୍ଦ ହେବାର ୪୫ ମିନିଟ୍ ପୂର୍ବରୁ ୧୦,୨୯,୮୪୭.୧୭ କୋଟି ହ୍ରାସ ପାଇ ୧,୦୫,୭୯,୨୯୬.୧୨ କୋଟି ଟଙ୍କାରେ ପହଞ୍ଚିଥିଲା।

ପ୍ରମୁଖ ଷ୍ଟକ୍ ଇଣ୍ଡେକ୍ସ ସେନସେକ୍ସ ସୋମବାର ପ୍ରାରମ୍ଭିକ ବାଣିଜ୍ୟ ସମୟରେ ପ୍ରାୟ ୩୦୦୦ ପଏଣ୍ଟ ହରାଇଥିଲା। କରୋନା ଭାଇରସ ମହାମାରୀକୁ ରୋକିବା ପାଇଁ ବିଶ୍ୱବ୍ୟାପୀ ବନ୍ଦ ହେତୁ ସେନସେକ୍ସ ସକାଳ ସମୟରେ ଲୋ ସର୍କିଟ ସୀମାକୁ ଛୁଇଁଥିଲା, ଯାହା ଦ୍ବାରା ବ୍ୟବସାୟକୁ ୪୫ ମିନିଟ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିଲା।

ବିଏସଇ ସେନସକ୍ସ ସକାଳର ବାଣିଜ୍ୟରେ ୨,୭୧୮ ପଏଣ୍ଟରେ ଖୋଲିଥିଲା। କିନ୍ତୁ ପରେ ୨,୯୯୧.୮୫ ପଏଣ୍ଟ ଅର୍ଥାତ୍ ୧୦ ପ୍ରତିଶତ ହ୍ରାସ ହୋଇ ୨୬,୯୨୪.୧୧ରେ ପହଞ୍ଚିଥିଲା। ସେହିଭଳି ଏନ୍‌ଏସ୍ଇ ନିଫ୍ଟି ୮୪୨.୪୫ ପଏଣ୍ଟ ଅର୍ଥାତ୍ ୯.୬୩ ପ୍ରତିଶତ ହ୍ରାସ ପାଇ ୭,୯୦୩ରେ ପହଞ୍ଚିଥିଲା। ଆକ୍ସିସ୍ ବ୍ୟାଙ୍କ ୨୦ ପ୍ରତିଶତ ହ୍ରାସ ପାଇଛି।

Comments are closed.