ଲକ୍ଷ୍ମୀପୁର ଷ୍ଟେଟ ବ୍ୟାଙ୍କରେ ଚୋରି ଘଟଣା, ନିଲମ୍ବିତ ହେଲେ ଶାଖା ପରିଚାଳକ

ଲକ୍ଷ୍ମୀପୁର, ୧୯।୧(ନି.ପ୍ର )-ଲକ୍ଷ୍ମୀପୁର ଷ୍ଟେଟବ୍ଯାଙ୍କ ଚୋରି ଘଟଣାର ଅଧିକ ପଚରାଉଚରା ପାଇଁ ଆଶାମୀ ଶେଖର କୁଲଦୀପିଆକୁ ପୁଲିସ ଜିମାରେ ଆଣିଲା ବେଳେ ବୁଧବାର ଶାଖା ପରିଚାଳକ ସୁଧାଂଶୁ ଶେଖର ରାଉତଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି।

ବ୍ଯାଙ୍କରୁ ଗତ ନଭେମ୍ବର ମାସ ୩୦ ତାରିଖରେ ୧ କିଲୋ ୬୧୦ ଗ୍ରାମ ସୁନା ଉକ୍ତ ବ୍ଯାଙ୍କର ପୁର୍ବତ୍ତନ ଅସ୍ଥାୟୀ କର୍ମଚାରୀ ନାରାୟଣପାଟଣା ଅଞ୍ଚଳର ବିକ୍ରମପୁର ଗ୍ରାମର ଶେଖର କୁଲଦୀପିଆ ଚୋରି କରି ନେଇଥିଲା।

ସେହି ସୁନା ମଧ୍ଯରୁ ୧ କୋଲ ୧୮୯ ଗ୍ରାମ ସୁନା ଜବତ କରାଯାଇବା ବେଳେ ଅନ୍ୟ ସୁନା ତକ ଜବତ ହୋଇ ନାହିଁ। ତେବେ କର୍ତ୍ତବ୍ୟରେ ଅବହେଳା ପାଇଁ ବ୍ଯାଙ୍କର ଶାଖା ପରିଚାଳକ ଶ୍ରୀ ରାଉତଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି।

Comments are closed.