ପିଜି-ୟୁଜି ଶେଷ ସେମିଷ୍ଟାର ପରୀକ୍ଷା ନେଇ ରାଜ୍ୟର ଆପତ୍ତି: ପୁନର୍ବିଚାର ନିମନ୍ତେ କେନ୍ଦ୍ରକୁ ଅନୁରୋଧ

ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା କରାଯିବା ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଓ ୟୁଜିସି ଦ୍ବାରା ଜାରି ମାର୍ଗଦର୍ଶିକାକୁ ନେଇ ଆପତ୍ତି ଉଠାଇଛି ରାଜ୍ୟ । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼. ଅରୁଣ ସାହୁ ଏହି ପ୍ରସଙ୍ଗର ପୁନର୍ବିଚାର ନିମନ୍ତେ କେନ୍ଦ୍ର ମାନବସମ୍ବଳ ବିଭାଗ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ୟୁଜିସି ଦ୍ବାରା ଜାରି ଏବର ମାର୍ଗଦର୍ଶିକା ପୂର୍ବ ମାର୍ଗଦର୍ଶିକାର ବିରୋଧାଚରଣ କରୁଛି ।  ପୂର୍ବ ମାର୍ଗଦର୍ଶିକାରେ କୋଭିଡ୍‍-୧୯ ସ୍ଥିତି ଅନୁଧ୍ୟାନ କରି ବିଶ୍ୱ ବିଦ୍ୟାଳୟ ପରୀକ୍ଷା ସମ୍ପର୍କରେ ରାଜ୍ୟ ସରକାର ନିଜେ ନେଇପାରିବେ ବୋଲି ଉଲ୍ଲେଖ କରାଯାଇଥିଲା। ତଦନୁସାରେ ରାଜ୍ୟ ସରକାର ରାଜ୍ୟର ସମସ୍ତ କୁଳପତି ମାନଙ୍କ ସହିତ ବୈଠକ କରି ଛାତ୍ରଛାତ୍ରୀମାନଙ୍କ ହିତ ଦୃଷ୍ଟିରୁ ଅଣ୍ଡର ଗ୍ରାଜୁଏଟ୍‍ ଏବଂ ପୋଷ୍ଟ ଗ୍ରାଜୁଏଟର ଶେଷ ବର୍ଷ ସେମିଷ୍ଟାର ପରୀକ୍ଷାକୁ ବାତିଲ କରିବା ପାଇଁ ନିଷ୍ପ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କର ପୁର୍ବ ସେମିଷ୍ଟାର ପରୀକ୍ଷା ଗୁଡିକରେ ପାଇଥିବା ମାର୍କକୁ ଆଧାର କରି ଶେଷ ବର୍ଷ ଫଳ ପ୍ରକାଶ କରିବା ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା।
ବର୍ତମାନ ପରିସ୍ଥିତିରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀମାନଙ୍କର କ୍ଲାସ୍‍ ରୁମ୍‍ ପରୀକ୍ଷା କିମ୍ବା ଅନ୍‍ଲାଇନ୍‍ ପରୀକ୍ଷା କରିବା
ସମ୍ଭବ ନୁହେଁ ବୋଲି ମନ୍ତ୍ରୀ  ଡ଼ଃ ସାହୁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ତେଣୁ ୟୁଜିସି ଦ୍ୱାରା ଜାରି କରାଯାଇଥିବା
ପରିତ ମାର୍ଗଦର୍ଶିକାର ପୁନର୍ବିଚାର କରିବା ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପୁର୍ବ ନିର୍ଦ୍ଧାରିତ ନିଷ୍ପତ୍ତିକୁ
ଲାଗୁ କରିବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼. ସାହୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Comments are closed.