ରାଜ୍ୟ ମୁକ୍ତବିଦ୍ୟାଳୟ ପକ୍ଷରୁ ବାର୍ଷିକ ମାଟ୍ରିକ୍ ପରୀକ୍ଷା ଆରମ୍ଭ

ବୋଲଗଡ : ରାଜ୍ୟ ବୋର୍ଡ ଅଫ୍ ସେକେଣ୍ଡାରୀ ଶିକ୍ଷା ଆନୁକୁଲ୍ୟରେ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ତରଫରୁ ସୋମବାର ଦିନ ବାର୍ଷିକ ମାଟ୍ରିକ୍ ପରୀକ୍ଷା ବୋଲଗଡସ୍ଥିତ ସରକାରୀ ନୋଡାଲ ବାଳିକା ଉଚ୍ଚବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ପରୀକ୍ଷା ଦେବାପାଇଁ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ୧୩୯ଜଣ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିବାବେଳେ ସୋମବାର ୧୨୧ଜଣ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ଯୋଗଦେଇ ଶାନ୍ତିଶୃଙ୍ଖଳାର ସହ ପ୍ରଥମ ଦିବସରେ ମାତୃଭାଷା ପରୀକ୍ଷା ଦେଇଥିଲେ। ୧୮ଜଣ ଅନୁପସ୍ଥିତ ଥିବା ସୂଚନା ମିଳିଛି। ପରୀକ୍ଷା ସୁପରିଟେଣ୍ଡେଣ୍ଟ ଭାବେ ଟାଙ୍ଗିସାହିସ୍ଥିତ ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ବାସୁଦେବ ବେହେରା ପରୀକ୍ଷା ପରିଚାଳନା କରୁଥିବାବେଳେ ସରକାରୀ ନୋଡାଲ ବାଳିକା ଉଚ୍ଚବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ବୋଲଗଡ ପୁଲିସ ପ୍ରଶାସନ ସହାୟତା କରୁଥିବାର ଦେଖାଦେଇଛି।

Comments are closed.