ରାଜ୍ୟପାଳ ପଦକ ପାଇବେ ୧୪ ପୁଲିସ ଅଧିକାରୀ

କଟକ: ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଓଡିଶା ପୁଲିସ ପକ୍ଷରୁ ୧୪ ଅଧିକାରୀଙ୍କୁ ରାଜ୍ୟପାଳ ପଦକ ପ୍ରଦାନ ଲାଗି ମନୋନୀତ କରାଯାଇଛି। ୨୦୧୯ ବର୍ଷର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପଦକ ପ୍ରଦାନ କରାଯିବ । ସାଧାରଣତନ୍ତ୍ର ଦିବସରେ ମନୋନୀତ ପୁଲିସ ଅଧିକାରୀମାନଙ୍କୁ ସମ୍ମାନିତ କରାଯିବ। ପୁଲିସ ଅଧିକାରୀମାନେ ହେଲେ ଅତିରିକ୍ତ ଡିଜି ବିନୟତୋଷ ମିଶ୍ର, ପୁଲିସ ଅ।ଇଜି (ଅ।ଧୁନୀକରଣ) ରେଖା ଲୋହାନି, ପୁରୀ ଏସ୍‍ପି ଡ.ଉମାଶଙ୍କର ଦାଶ, କଟକ ଡିସିପି ଅଖିଳେଶ୍ୱର ସିଂହ, ଭିଜିଲାନ୍ସ ଡିଏସ୍‍ପି ସରୋଜ କୁମାର ସାମଲ, ଭୁବନେଶ୍ୱର ଏସ୍‍ଅ।ଇଡବ୍ଲ୍ୟୁ ଇନ୍ସପେକ୍ଟର ହରିବନ୍ଧୁ ଭାତ୍ରା, ଭିଜିଲାନ୍ସ ଇନ୍ସପେକ୍ଟର ପ୍ରଣିତା କୁମାରୀ ରାୟ, ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ ଏସ୍‍ଅ।ଇ ସୁବାସ ଚନ୍ଦ୍ର ନାଏକ, ଭୁବନେଶ୍ୱର ବିପିଏସ୍‍ପିଏର ଡେପୁଟି ସୁବେଦାର ବୁଦ୍ଧି ବାହାଦୁର ଥାପା, ବାରିପଦା ଓଏସ୍‍ଏପି ପଞ୍ଚମ ବାଟାଲିୟନର ହାବିଲଦାର ମେଜର ବୁଦ୍ଧ ସିଂହ ଗୁରୁଙ୍ଗ, ରାଉରକେଲା କ୍ରାଇମ ହାବିଲଦାର ସରୋଜ କୁମାର ଭୋଇ, ରାଉରକେଲା ଓଏସ୍‍ଏପି ଚତୁର୍ଥ ବାଟାଲିୟନର ସିପୋଏ ରଥା ଲାକ୍ରା, ନୟାଗଡ଼ର କନଷ୍ଟେବଳ ପ୍ରତିମା ରାଉତ, ଭୁବନେଶ୍ୱର ସିକ୍ୟୁରିଟି ଉଇଙ୍ଗର ସିପୋଏ ସୁଶାନ୍ତ କୁମାର ମାଝି। ଏ ସଂକ୍ରାନ୍ତରେ ବୁଧବାର ପୁଲିସ ମୁଖ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପଦକ ପାଇବାକୁ ଥିବା ଅଧିକାରୀମାନଙ୍କୁ ଡିଜିପି ଅଭୟ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.