ଶିଶୁଙ୍କ ସୁରକ୍ଷା ପାଇଁ ପିଲାମାନଙ୍କ ସହିତ ସିଧା ସଳଖ ରାଜ୍ୟ ସ୍ତରୀୟ ପରାମର୍ଶ, ପିଲାଙ୍କ ସୁପାରିଶ୍‍ କାର୍ଯ୍ୟକାରୀ ପାଇଁ ପ୍ରତିଶ୍ରୁତି

ଭୁବନେଶ୍ୱର: ଶିଶୁମାନଙ୍କ ସୁରକ୍ଷା ପାଇଁ ରାଜ୍ୟର ୧୨ଟି ସ୍ଥାନରେ ପିଲାମାନେ ଉପସ୍ଥିତ ରହି ଭର୍ଚୁଆଲ ମାଧ୍ୟମରେ ଶିଶୁଯୌନ ନିର୍ଯ୍ୟାତନା ପ୍ରତିରୋଧ ସମ୍ପର୍କିତ ଏକ ରାଜ୍ୟ ସ୍ତରୀୟ ଦିନିକିଆ ପରାମର୍ଶ ଶିବିରରେ ଯୋଗ ଦେଇଥିଲେ। ଭୁବନେଶ୍ୱରରୁ ସଂଯୋଜିତ ଏହି କାର୍ଯ୍ୟକ୍ରମ ନ୍ୟାସନାଲ ଆକ୍ସନ ଆଣ୍ଡ କୋର୍ଡିନେସନ ଗ୍ରୁପ୍‍ ଫର ଏଣ୍ଡିଂ ଭାଓଲେନ୍ସ ଏଗେନଷ୍ଟ ଚିଲଡ୍ରେନ (ଏନ୍‍ଏସିଜିଇଭିଏସି) ଇଣ୍ଡିଆ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲସ କଲଚରାଲ ସେଣ୍ଟର (ପିକକ) ସହିତ ବିଏମ୍‍ଜେଡ୍‍ ୱାର୍ଲଡ ଭିଜନ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ପିକକର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକା ଅନୁରାଧା ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ରାଜ୍ୟ ଶିଶୁ ସୁରକ୍ଷାକମିଶନର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାର ଚଳାଇ ଥିବା ଅଭିଯାନ ‘ପିଲାଙ୍କ ପାଇଁ ଦିନ ଟିଏ’ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳର ପିଲାଙ୍କୁ ଯୋଡିବା ସହିତ ସେମାନଙ୍କ ସ୍ୱରକୁ ଉପସ୍ଥାପନ କରିଥିବାରୁ ପିକକ ଓ ୱାଲର୍ଡ ଭିଜନର ପଦକ୍ଷେପକୁ ପ୍ରଶଂସା କରିଥିଲେ। ଅଧିବେଶନ ସମୟରେ ପିଲାମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସୁପାରିଶ ଉପରେ କାର୍ଯ୍ୟକରିବାକୁ ନିଶ୍ଚିତ କରିଛନ୍ତି। ବିଦ୍ୟାଳୟ ତଥା ଗୋଷ୍ଠିଗୁଡିକରେ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ଏସ୍‍ସିପିସିଆର ଭୂମିକା ବିଷୟରେ ସେ ପିଲାମାନଙ୍କୁ କହିଥିଲେ। ରାଜ୍ୟ ଆବାହକ ପ୍ରକାଶ ରଥ ଶିଶୁ ସୁରକ୍ଷା ଉପରେ ତାଙ୍କର ସୁଚିନ୍ତିତ ମତାମତ ରଖିଥିଲେ।

 

ଏନ୍‍ଏସିଜିଇଭାକ ଇଣ୍ଡିଆର ଅଧ୍ୟକ୍ଷ ରଞ୍ଜନ ମହାନ୍ତି ଏହି ଅଧିବେଶନକୁ ଉଦଘାଟନ କରିତାଙ୍କ ଅଭିଭାଷଣରେ ଶିଶୁସୁରକ୍ଷା କ୍ଷେତ୍ରରେ ଏନ୍‍ଏସିଜିଇଭାକ ଇଣ୍ଡିଆ ଏବଂ ସାଉଥ ଏସିଆନ୍ଇନିସିଏଟିଭ୍ଟୁ ଏଣ୍ଡ ଭାଇଓଲେନ୍ସ ଏଗନେଷ୍ଟ ଚିଲଡ୍ରେନ (ସାଇଭାକ)ର ଆଭିମୁଖ୍ୟ ବିଷୟରେଉଲ୍ଲେଖକରିଥିଲେ। ପିଲାମାନଙ୍କରସୁରକ୍ଷାସହିତସେମାନଙ୍କ ପାଇଁ ଏକ ନିରାପଦ ସ୍ଥାନ ସୃଷ୍ଟିକ୍ଷେତ୍ରରେଆମ ବଡମାନଙ୍କ ଦାୟିତ୍ୱଉପରେସେ ଆଲୋକପାତ କରିଥିଲେ। ପିଲାମାନେ ନିଜର ଅଧିକାର ଓ ଦାୟିତ୍ୱ ସଂକ୍ରାନ୍ତରେ ଜାଣିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥି ସହିତ ଶିଶୁଙ୍କ ପାଇଁ ବଢୁଥିବା ବିପଦ ଏବଂ ସମାଜରେ କିପରି ସେମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ।

ରାଜ୍ୟର ବିଭିନ୍ନ ଜିଲ୍ଲା/ବ୍ଲକରୁ କ୍ଷେତ୍ର ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଅଂଶୀଦାରମାନଙ୍କ ଦ୍ୱାରା ପ୍ରାୟ୧୫୦ ପିଲା ଏଥିରେ ଯୋଗ ଦେଇଥିଲେ। ଶିଶୁ ଅଧିକାର ସହଜଡିତ ପ୍ରସଙ୍ଗରେ ୱାର୍ଲଡଭିଜନ ଇଣ୍ଡିଆର ଶ୍ରୀମିଖାଇଲ ପ୍ରଧାନ ଆଲୋଚନା କରିଥିଲେ ଏବଂ ଶିଶୁ ସୁରକ୍ଷା କମିଟିରେ ଶିଶୁଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ସ୍ୱରଉତ୍ତୋଳନ କରିବାକୁମତ ଦେଇଥିଲେ। ପିଲାମାନଙ୍କ ସମସ୍ୟା ଏବଂ ଚିନ୍ତାବୁଝିବା ପାଇଁ ସେ ପିଲାମାନଙ୍କ କଥା ଶୁଣିବାକୁ ପିତାମାତା ଏବଂ ବୟସ୍କମାନଙ୍କୁ ମଧ୍ୟ ନିବେଦନ କରିଥିଲେ। ୱାର୍ଲ୍ଡଭିଜନ ପ୍ରୋଗ୍ରାମ ମ୍ୟାନେଜର  ନୀତାମାରିଆ ପିଲାମାନଙ୍କୁ ସକ୍ରିୟ ଅଂଶଗ୍ରହଣ କରିବା ଏବଂ ଏହି ଅଧିବେଶନରୁ ଶିକ୍ଷା ଗ୍ରହଣ କରିବାକୁ କାମନା କରିଥିଲେ। ଶ୍ରୀମତୀ ଅନୁରାଧା ମହାନ୍ତି ଶିଶୁ ଯୌନ ଶୋଷଣର ମାଧ୍ୟମ ଏବଂ ଏହାର ପ୍ରଭାବ ଉପରେ ସ୍କୋରକାର୍ଡ ମଧ୍ୟ ଉପସ୍ଥାପନ କରିଥିଲେ। ଅଧିବେଶନ ଶେଷରେ, ପ୍ରକଳ୍ପ ସଂଯୋଜକ ଧର୍ମାନନ୍ଦ ସୁନ୍ଦରାୟ ସମସ୍ତ ଅଂଶଗ୍ରହଣକାରୀ ବିଶେଷକରି ଓଡିଶାର ୬ ଟିଜିଲ୍ଲା (ଗଞ୍ଜାମ, ସମ୍ବଲପୁର, କନ୍ଧମାଳ, ବାଲେଶ୍ୱର, କୋରାପୁଟ, ଖୋର୍ଦ୍ଧା) ରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଥିବା ସମସ୍ତଙ୍କୁ ଧନ୍ୟବାଦନ ଜ୍ଞାପନ କରିଥିଲେ। ଏମାନଙ୍କ ସହିତ ଓଏଲ୍‍ଏସ୍‍, ସାହାରା, ପିକକ, ମେ ଆଇ ହେଲ୍ପୟୁ, ଏକତା, ହେଲ୍ପ, ରେଆର, ଭିଏସ୍‍ଏଆଇ, ଆଦର୍ଶ, ସେଲ୍ଟର ପ୍ରମୁଖବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେଇଥିଲେ।

Comments are closed.