ରାଜ୍ୟରେ ‘କରୋନା’ ମୁକାବିଲା: ଆଗୁଆ ମିଳିବ ୪ ମାସର ଭତ୍ତା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି। ଏନେଇ ଏକ ବଡ଼ ଘୋଷଣା ସ୍ବରୂପ ୪ ମାସର ଭତ୍ତା ଆଗୁଆ ଦେବା ପାଇଁ ମଙ୍ଗଳବାର ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସାମାଜିକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତାକୁ ଏପ୍ରିଲ, ମେ, ଜୁନ ଓ ଜୁଲାଇ ମାସ ପାଇଁ ଚଳିତ ମାସ ଶେଷ ସୁଦ୍ଧା ଆଗୁଆ ଭାବେ ପ୍ରଦାନ କରାଯିବ। ଏହାଦ୍ବାରା ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକୃତି ପରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.