ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ଏଥର ୭ ଦିନ ଆଗରୁ ଧାନ କିଣା ଟୋକନ

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଏଥର ବି ଅଗ୍ରମି ଟୋକନ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର । ଚଳିତ ବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପୂର୍ବରୁ ଚାଷୀଙ୍କୁ ଟୋକନ ମିଳିବ । ପଞ୍ଜୀକୃତ ମୋବାଇଲ୍‌ ନମ୍ବରରେ ଧାନବିକ୍ରିର ସଂପୂର୍ଣ୍ଣ ବିବରଣୀ ଦିଆଯିବ

ତେବେ କେଉଁ ଦିନ କେଉଁ ଚାଷୀ ଧାନ ବିକ୍ରି କରିବେ ସେଥିଲାଗି ଧାନ ସଂଗ୍ରହ କେନ୍ଦ୍ରରେ ନୋଟିସ ଲାଗିବ ଏବଂ ମୋବାଇଲକୁ ମଧ୍ୟ ମେସେଜ ଯିବ । ଜଳସେଚିତ ଜମିରୁ ଏକର ପିଛା ୧୯ କ୍ୱିଣ୍ଟାଲ ଓ ଅଣଜଳସେଚିତ ଜମିରୁ ୧୨ କ୍ୱିଣ୍ଟାଲ କିଣାଯିବା । ଯଦି କେହି ଟୋକାନ ପାଇନଥିବେ ୧୯୬୭ ଟୋଲ ଫି ନମ୍ବରରେ ଜଣେଇବେ। କେଉଁ ଜିଲାରୁ କେଉଁ ତାରିଖରେ ଆରମ୍ଭ ହେବ ଜିଲାସ୍ତରୀୟ ପ୍ରୋକ୍ୟୁର୍ମେଣ୍ଟ କମିଟି ନିଷ୍ପତ୍ତି ନେବ ।

ପଶ୍ଚିମ ଓଡିଶା ଜିଲା ଗୁଡିକ ନଭେମ୍ବର ୧୫ ଭିତରେ ଧାନ ସଂଗ୍ରହ କରିବେ । ସବୁ ବ୍ଲକରେ ପି ପାସ ବ୍ୟବସ୍ଥା କରାଯିବ। ଯେଉଁଠି ଇଣ୍ଟରନେଟ ସୁବିଧା ନାହିଁ ୫୦ ବ୍ଲକରେ ଅଫଲାଇନରେ କରାଯିବ। ଚଳିତ ବର୍ଷ ନୂଆ ଏମଏସପି ଦରରେ କିଣାଯିବା ଧାନ। ଏଫଏକ୍ୟୁ ମାନର ଧାନ କ୍ୱିଣ୍ଟାଲ ପିଛା ୧୮୬୮ ଟଙ୍କା ଓ ଗ୍ରେଡ ଏ ମାନର ଧାନ ୧୮୮୮ ଟଙ୍କାରେ କିଣାଯିବ। ଏନେଇ ଓଡ଼ିଶା ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Comments are closed.