ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି, ମେ ୧୩ରେ ଭୋଟଗ୍ରହଣ

ଭୁବନେଶ୍ଵର: ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୋମବାର ଏହି ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ୨୬ ତାରିଖକୁ ନାମାଙ୍କନପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ୨୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବା ସହିତ ୨୯ ତାରିଖ ସୁଦ୍ଧା ପ୍ରତ୍ୟାହାର ପାଇଁ ସୁଯୋଗ ରହିଛି। ମେ ୧୩ ତାରିଖରେ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ମେ ୧୮ ତାରିଖ ସୁଦ୍ଧା ନିର୍ବାଚନୀ ପ୍ରକ୍ରିୟା ଶେଷ କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ସୂଚନାଯୋଗ୍ୟ, ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ କରାଯିବାର ଥିଲା। କିନ୍ତୁ ଏହା ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଯିବାରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପୁଣି ଥରେ ବିଜ୍ଞପ୍ତି ପ୍ରକାଶ କରାଯାଇ ନିର୍ବାଚନୀ ପ୍ରକ୍ରିୟା ପାଇଁ କାର୍ଯ୍ୟସୂଚୀ ଜାରି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ।

Comments are closed.