ରାଜ୍ୟରେ ଆଉ ଦୈନିକ ସଂକ୍ରମିତ ୨୨୧୫ ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେବ ଦୈନିକ ସଂକ୍ରମଣ ଲଗାତାର ୨ ହଜାର ଅତିକ୍ରମ କରୁଛି। ୨୪ ଘଣ୍ଟାରେ ଆଉ ୨ ହଜାର ୨୧୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୧୨୭୨ ଓ ସ୍ଥାନୀୟ ୯୪୩ । ଏହାସହ ମୋଟ ସଂକ୍ରମିତଙ୍କକ ସଂଖ୍ୟା ୯,୫୪, ୩୨୬ରେ ପହଞ୍ଚିଛି। ୯,୨୭,୯୨୬ ସୁସ୍ଥ ହୋଇଥିବା ବେଳେ ୨୧,୨୮୯ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୩୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୮୩ ଓ କଟକରୁ ୩୪୮। ଅନୁଗୁଳରୁ ୮୯,ବାଲେଶ୍ୱର ୧୫୦,ବରଗଡ ୧୪, ଭଦ୍ରକ ୭୮,ବଲାଙ୍ଗୀର ୧୮, ବୌଦ୍ଧ ୧୬, ଦେଓଗଡ ୧, ଢେଙ୍କାନାଳ ୫୪, ଗଜପତି ୧୭, ଗଞ୍ଜାମ ୧୨, ଜଗତସିଂହପୁର ୧୨୬, ଯାଜପୁର ୧୨୪, ଝାରସୁଗୁଡା ୧୦, କଳାହାଣ୍ଡି ୫, କନ୍ଧମାଳ ୧୪, କେନ୍ଦ୍ରାପଡା ୯୫, କେନ୍ଦୁଝର ୪୨,କୋରାପୁଟ ୧୦, ମାଲକାନଗିରି ୨୫, ମୟୁରଭଞ୍ଜ ୯୯, ନବରଙ୍ଗପୁର ୪, ନୟାଗଡ ୬୯, ନୂଆପଡା ୫, ପୁରୀ ୮୪, ରାୟଗଡା ୨୯, ସମ୍ବଲପୁର ୪୧, ସୋନପୁର ୧୦, ସୁନ୍ଦରଗଡ ୪୩, ଷ୍ଟେଟ ପୁଲରୁ ୧୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.