ନୃସିଂହନାଥ ସିଂହ ଙ୍କୁ ରାଜ୍ୟ ନାଗରିକ ସମ୍ମାନ

ପାଟଣା : କେନ୍ଦୁଝର ଜିଲ୍ଲାର ଜଣାଶୁଣା ବରିଷ୍ଠ ସାମ୍ବାଦିକ, କବି , ସ୍ତମ୍ଭକାର ଓ ସଂଗଠକ ତଥା ଉତ୍ତର ଓଡିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସଭାପତି ନୃସିଂହ ନାଥ ସିଂହ ଙ୍କୁ ଆନନ୍ଦପୁର ସାହିତ୍ୟ ସଂସଦ ର ୧୭ ତମ ବାର୍ଷିକ ସମାରୋହରେ ରାଜ୍ୟ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଂସଦର ସଭାପତି ପ୍ରଫେସର ଗଦାଧର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହ ରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ଏକାଡେମୀ ପୁରସ୍କୃତ ବିଶିଷ୍ଟ କବି ରକ୍ଷକ ନାୟକ ଓ ସଂସଦର ଉପଦେଷ୍ଟା ରଙ୍କନାଥ ରାଉତ ଉପାୟନ ଓ ମାନପତ୍ର ପୁଷ୍ପଗୁଛ ଦେଇ ଶ୍ରୀ ସିଂହ ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ କବି ଡକ୍ଟର ସୁଧା ଦାଶ, ବିଶିଷ୍ଟ ଅତିଥି ଭାବେ ପ୍ରଫେସର ଡକ୍ଟର ଗଜେନ୍ଦ୍ର ପ୍ରସାଦ ପରିଡା , ସମ୍ମାନିତ ଅତିଥି ଭାବେ କେନ୍ଦୁଝର ଟାଇମ୍ସ ସମ୍ପାଦକ ନିରଞ୍ଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ରେ ସାମିଲ ଥିଲେ ।

Comments are closed.