ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାରଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲିଭୋଗ ନୀତି। ଏଥିପାଇଁ ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର ଦ୍ବାର। ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପହିଲିଭୋଗ ନୀତି ଅନୁଷ୍ଠିତ ହେବ। ରାତି ୨ଟାରେ ମନ୍ଦିର ଦ୍ବାର ଖୋଲାଯାଇ ୨ଟା ୩୦ରେ ଭିତରଶୋଧ ଏବଂ ୨ଟା ୪୫ରେ ଠାକୁରଙ୍କୁ ମଙ୍ଗଳ ଆଳତି କରାଯିବ। ପରେ ରୋଷହୋମ, ମଇଲମ, ତଡ଼ପଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଏବଂ ଶ୍ରୀଜୀଉଙ୍କ ବେଶ କରାଯିବ। ସକାଳ ୫ଟା ୨୦ରୁ ୬ଟା ମଧ୍ୟରେ ମହାପ୍ରଭୁଙ୍କୁ ପହିଲିଭୋଗ କରାଯିବ। ସକାଳ ୬ଟା ୩୦ରୁ ୮ଟା ମଧ୍ୟରେ ସକାଳଧୂପ (କେବଳ କୋଠଭୋଗ), ସକାଳ ୮ଟା ୨୦ରୁ ୧୦ଟା ମଧ୍ୟରେ ଭୋଗମଣ୍ଡପ ଏବଂ ଦିନ ୧୦ଟା୩୦ରୁ ୧୨ଟା ମଧ୍ୟରେ ମଧ୍ୟାହ୍ନଧୂପ ହେବ।

Comments are closed.