ନିବେଶ ଲାଗି ଭାରତୀୟ କମ୍ପାନୀଗୁଡିକୁ ଆମନ୍ତ୍ରଣ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷ ଭାରତୀୟ କମ୍ପାନୀଗୁଡ଼ିକୁ ତାଙ୍କ ଦେଶରେ ନିବେଶ ଲାଗି ଆମନ୍ତ୍ରଣ କରିଛନ୍ତି। ଏକ ବାର୍ତ୍ତାରେ ସେ ଭାରତ ଏବଂ ଚୀନ୍‍ ଉଭୟ ଦେଶକୁ ଆହ୍ୱାନ ଦେଇ କହିଛନ୍ତି ଶ୍ରୀଲଙ୍କାର ସାର୍ବଭୌମତ୍ୱକୁ ସମ୍ମାନ ଦେଇ ଉଭୟ ଦେଶ ଏହାର ଭବିଷ୍ୟତ ନିର୍ମାଣ ଦିଗରେ ନିବେଶ କରନ୍ତୁ। ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ ଗୋତାବାୟା ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆ ସମେତ ବିଶ୍ୱର ପ୍ରମୁଖ ଦେଶଗୁଡ଼ିକୁ ଶ୍ରୀଲଙ୍କାରେ ନିବେଶ କରିବା ପାଇଁ ଆମନ୍ତ୍ରଣ କରୁଛନ୍ତି।

ସେ କହିଛନ୍ତି ତାଙ୍କ ଦେଶ କେବଳ ଚୀନ୍‍ ଉପରେ ନିର୍ଭର କରିବାକୁ ଚାହୁଁନାହିଁ। ଗତ ସପ୍ତାହରେ ପ୍ରଥମଥର ଲାଗି ଗୋତାବାୟା ଭାରତ ଗସ୍ତରେ ଆସିଥିଲେ ଏବଂ ଭାରତ ଶ୍ରୀଲଙ୍କାକୁ ୪୫କୋଟି ଆମେରିକୀୟ ଡଲାର ଋଣ ପ୍ରଦାନ ପାଇଁ ଘୋଷଣା କରିଥିଲା।

Comments
Loading...