ଶ୍ରୀଲଙ୍କାରେ ୧୪ ଭାରତୀୟ ମତ୍ସ୍ୟଜୀବୀ ଗିରଫ : ୩ ମାଛଧରା ଡଙ୍ଗା ଜବତ

କଲମ୍ବୋ : ଶ୍ରୀଲଙ୍କା ଜଳଭାଗରେ ବେଆଇନ ମାଛ ମାରୁଥିବା ଅଭିଯୋଗରେ ଶ୍ରୀଲଙ୍କା ନୌବାହିନୀ ୧୪ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ୩ଟି ମାଛଧରା ଡଙ୍ଗା ଜବତ କରିଛି । ଶ୍ରୀଲଙ୍କା ନୌବାହିନୀ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଶନିବାର ଡେଲ୍‍ଫ୍ଟ ଦ୍ୱୀପର ଉତ୍ତର ଭାଗରୁ ଏହି ମତ୍ସ୍ୟଜୀବୀମାନଙ୍କୁ ଅଟକ ରଖାଯାଇଥିଲା ଏବଂ ପରବର୍ତ୍ତୀ ପଦକ୍ଷେପ ପାଇଁ ସେମାନଙ୍କୁ ଜାଫ୍‍ନା ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି । ଗତବର୍ଷଠାରୁ ଲାଗୁ ହୋଇଥିବା ନୂଆ ନିୟମ ଅନୁଯାୟୀ ପ୍ରଥମ ଥରପାଇଁ ଗିରଫ ହୋଇଥିବା ମତ୍ସ୍ୟଜୀବୀମାନଙ୍କୁ ତିନି ବର୍ଷ ପାଇଁ ସଜ୍ଜା ଦିଆଯିବା ପରେ ଆବଶ୍ୟକ କୋର୍ଟ ନିର୍ଦ୍ଦେଶାନୁଯାୟୀ ସେମାନଙ୍କୁ ଖଲାସ କରିଦିଆଯିବ ।

ଦୁଇ ଦେଶ ମଧ୍ୟରେ ମତ୍ସ୍ୟଜୀବୀ ସମସ୍ୟାକୁ ନେଇ ବହୁ ଦିନ ଧରି ବିବାଦ ଲାଗିରହିଛି ଏବଂ ଏହାର ସମାଧାନ ପାଇଁ ଏକ ମିଳିତ କାର୍ଯ୍ୟକାରୀ ଦଳ ଗଠନ କରାଯାଇଛି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବୟେ ରାଜପକ୍ଷେ ଗତମାସରେ ତାଙ୍କ ଭାରତ ଗସ୍ତ
ସମୟରେ ଶ୍ରୀଲଙ୍କା ହେଫାଜତରେ ଥିବା ସମସ୍ତ ବୋଟ୍‍କୁ ଛାଡ଼ିଦେବାକୁ ଘୋଷଣା କରିଥିଲେ ଏବଂ ଏନେଇ ଆବଶ୍ୟକ ପ୍ରକ୍ରିୟା ଗ୍ରହଣ କରାଯାଇଥିଲା ।

Comments are closed.