ଦିନ ସାଢ଼େ ୧୧ଟାରେ ବନ୍ୟାସ୍ଥିତି ନେଇ ସମୀକ୍ଷା କରିବେ ଏସଆରସି

ଭୁବନେଶ୍ୱର: ରାଜ୍ୟର ବନ୍ୟାସ୍ଥିତି ନେଇ ସମୀକ୍ଷା କରିବେ ଏସଆରସି । ଆଜି ଦିନ ସାଢ଼େ ୧୧ଟାରେ ସମ୍ଭାବ୍ୟ ବନ୍ୟାକୁ ନେଇ ବିଭିନ୍ନ ଅଧିକାରୀଙ୍କ ସହ ଏସଆରସି ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିବେ । ହେବାକୁ ଥିବା ଏହି ଆଲୋଚନାରେ ଜଳସମ୍ପଦ, ଅଗ୍ନିଶମ ଓ ଓଡ୍ରାଫ୍‌ ଅଧିକାରୀ ମାନେ ସାମିଲ ହେବ । ରାଜ୍ୟରେ ଲଗାଣ ବାର୍ଷା ଯୋଗୁ ସ୍ଥିତି ସଂଗୀନ ହୋଇଛି । ଅନେକ ଅଞ୍ଚଳ ଜଳମଗ୍ନ ମଧ୍ୟ ହୋଇଛି । ବିଭିନ୍ନ ନଦୀରେ ଜଳସ୍ତର ବଢ଼ୁଥିବାରୁ ଆଗୁ ବନ୍ୟା ହେବାନେଇ ଆଶଙ୍କା କରାଯାଉଛି । ଏହିସବୁ ଦିଗକୁ ଦୃଷ୍ଟିରେ ରଖି ଏସଆରସି ଆଜି ବୈଠକ ଡକାଇଛନ୍ତି ।

ସେପଟେ ଆଜି ଠାରୁ ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଯାହାକୁ ନେଇ ଏବେ ରାଜ୍ୟବାସୀଙ୍କ ଚିନ୍ତା ବଢିଛି । ଏଭଳି ସ୍ଥିତିରେ ଛନକା ବଢାଇଛି ମହାନଦୀ । ମହାନଦୀରେ ଏକ ଛୋଟ ବନ୍ୟା ଆସୁଛି ବୋଲି ଖୋଦ୍‌ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଶନିବାର ସୂଚନା ଦେଇଛନ୍ତି । ଛତିଶଗଡ଼ରେ ସପ୍ତାହେ ଧରି ଲଗାଣ ବର୍ଷା ଯୋଗୁଁ ସେଠାରେ ବନ୍ୟା ପରିସ୍ଥିତି ଉପୁଜିଛି । ମହାନଦୀ ସମେତ ଶିବନାଥ, ସୁରହୀ ଓ ସକରୀ ଆଦି ନଦୀ ଫୁଲିବାରେ ଲାଗିଛି । ଉପରମୁଣ୍ଡରେ ମହାନଦୀ ଫୁଲୁ ଥିବାରୁ ହୀରାକୁଦରେ ଜଳପତ୍ତନ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଶନିବାର ସନ୍ଧ୍ୟା ସୁଦ୍ଧା ହୀରାକୁଦର ୩୪ଟି ଫାଟକ ଖୋଲାଯାଇଛି । ଅଧିକରୁ ଅଧିକ ଜଳ ନିଷ୍କାସନ ଲାଗି ହୀରାକୁଦ ଉପରେ ମଧ୍ୟ ଚାପ ବଢୁଛି।

Comments are closed.