ଉପନିର୍ବାଚନରେ ରାଜନୈତିକ ସଭା ପାଇଁ ମାର୍ଗଦର୍ଶିକା ଜାରି

ଭୁବନେଶ୍ବର: ବାଲେଶ୍ବର ସଦର ଓ ତିର୍ତ୍ତୋଲ୍ ଉପନିର୍ବାଚନରେ ରାଜନୈତିକ ସଭା ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ମାର୍ଗଦର୍ଶିକା ଜାରି କରିଛନ୍ତି। କୌଣସି ହଲ୍ ଓ ସଭାଗୃହରେ ସଭା କଲେ ୫୦% ଲୋକଙ୍କୁ ଅନୁମତି ଦିଆଯିବ। ହଲ୍ର ୫୦% ସିଟ୍ ପାଇଁ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ମିଳିବ। ମିଟିଂ ହଲ୍ରେ ସବୁ ଲୋକ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ବଜାୟ ରଖିବେ। ସମସ୍ତଙ୍କର ଥର୍ମାଲ୍ ସ୍କାନିଂ ହେବ ଏବଂ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ଖୋଲା ଜାଗାରେ ସଭା ପାଇଁ ସ୍ଥାନ ଦେଖି କେତେ ଲୋକ ଯୋଗ ଦେଇପାରିବେ ସେଥିନେଇ ଜିଲା ପ୍ରଶାସନ ଅନୁମତି ଦେଇପାରିବେ। ରାଜନୈତିକ ସଭାରେ କେତେ ଲୋକଙ୍କୁ ଅନୁମତି ଦିଆଯିବ ତାହା ଜିଲା ପ୍ରଶାସନ ସ୍ଥିର କରିବ ବୋଲି ଏସ୍ଆର୍ସି ଉପନିର୍ବାଚନରେ ରାଜନୈତିକ ସଭା ପାଇଁ ଜାରି କରିଥିବା ମାର୍ଗଦର୍ଶିକାରେ ଉଲ୍ଲେଖ କରିଛନ୍ତି।