ଶ୍ରାବଣ ମାସ : ସମ୍ପୂର୍ଣ୍ଣ ନିଷ୍ଠା ସହ ମହାଦେବଙ୍କୁ ପୂଜା କରନ୍ତୁ

ଶ୍ରାବଣ ମାସରେ ବିଭିନ୍ନ ଉପାୟ ଅବଲମ୍ବନ କରି ଲୋକେ ନିଜର ମନସ୍କାମନା ପୂରଣ କରିଥାଆନ୍ତି । କିଛି ଲୋକ ଭଗବାନ ଭୋଳାଶଙ୍କରଙ୍କୁ ଉପାସନାରେ ସନ୍ତୁଷ୍ଟ କରାଇ ଅସାଧ୍ୟ ରୋଗରୁ ମୁକ୍ତି ପାଇ ଥାଆନ୍ତି, ତ ଅନ୍ୟ କେହି ନିଜର ଅସଜଡା ଦାମ୍ପତ୍ୟ ଜୀବନକୁ ସଜାଡିବାରେ ଲାଗିପଡନ୍ତି । ସେହିପରି ଆପଣ ମଧ୍ୟ ନିଜ ଭାଗ୍ୟକୁ ଆହୁରୀ ଭାଗ୍ୟଶାଳୀ କରିବା ପାଇଁ ଶ୍ରାବଣ ମାସରେ କିଛି ବିଶେଷ ଉପାୟ ଆପଣାନ୍ତୁ ।

ଶିବଲିଙ୍ଗ ଉପରେ ଜଳ, ବେଲ ପତ୍ର ଏବଂ ସୁଗନ୍ଧ ଦ୍ରବ୍ୟ ଅର୍ପଣ କରନ୍ତୁ ।

ଯାଥା ସମ୍ଭବ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ ।
ପ୍ରତିଦିନ ଶିବ ପୁରାଣ ନିଶ୍ଚୟ ପାଠ କରନ୍ତୁ ।

ଶିବଲିଙ୍ଗକୁ ରୁଦ୍ରାକ୍ଷ ସ୍ପର୍ଶ କରାଇ ଧାରଣ କରନ୍ତୁ ।

ସମ୍ପୂର୍ଣ୍ଣ ନିଷ୍ଠା ସହ ମହାଦେବଙ୍କୁ ପୂଜା କରନ୍ତୁ ।
ବିଭିନ୍ନ ସମସ୍ୟା ମଧ୍ୟରୁ ଶାରୀରିକ ପୀଡା ବା ରୋଗ ହେଉଛି ଅନ୍ୟତମ । ତେଣୁ ଯେକୌଣସି ରୋଗରୁ ରକ୍ଷା ପାଇବା ପାଇଁ ଶ୍ରାବଣ ମାସରେ ଆପଣାନ୍ତୁ ଏହି ଉପାୟ……..

ଶ୍ରାବଣ ମାସରେ ସକାଳେ ଶୀଘ୍ର ଉଠି ସ୍ନାନ କରନ୍ତୁ। ସ୍ନାନ ଜଳରେ ଦୁଇ ବୁନ୍ଦା ଗଙ୍ଗାଜଳ ପକାନ୍ତୁ । ସ୍ନାନ ସାରିବା ପରେ ସ୍ବଚ୍ଛ ବସ୍ତ୍ର ପରିଧାନ କରନ୍ତୁ ।

ଏହା ପରେ ଏକ ଥାଳିରେ ରକ୍ଷା ସୂତ୍ର, ଚାଉଳ, ଧୂପ, ଦୀପ, ଧଳା ଚନ୍ଦନ, କଦଳୀ ବା ହଳଦିଆ ରଙ୍ଗର କିଛି ଫଳ, ଧଳା ମିଠା, ଗଙ୍ଗାଜଳ ଏବଂ ପଞ୍ଚାମୃତ ଆଦି ନେଇ ମହାଦେବଙ୍କ ମନ୍ଦିରକୁ ଯାଆନ୍ତୁ ।
ଯଦି ସମ୍ଭବ ହୁଏ ଘର ଠାରୁ ଖାଲି ପାଦରେ ଶିବ ମନ୍ଦିର ଯାଆନ୍ତୁ ।

ମନ୍ଦିରରେ ପହଞ୍ଚି ବିଧି ଅନୁଯାୟୀ ପୂଜା କରନ୍ତୁ ।

ଗାଈ ଘିଅର ଦୀପ ଓ ଧୂପକାଠି ଜଳାଇବା ପରେ ସେଠାରେ ବସି ଶିବ ଚାଳିଶା ଏବଂ ଶିବାଷ୍ଟକ ପାଠ କରନ୍ତୁ ।

ଶେଷରେ ନିଜ ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରି ଘରକୁ ଫେରନ୍ତୁ ।

Comments are closed.