ଆସନ୍ତା ସପ୍ତାହରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ‘ସ୍ପୁଟନିକ ଭି’ ଟିକା

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇ ପାଇଁ ରୁଷ ପ୍ରସ୍ତୁତ କରିଥିବା ଟିକା ସ୍ପୁଟନିକ ଭି ଆସନ୍ତା ସପ୍ତାହରୁ ଭାରତୀୟ ବଜାରରେ ଉପଲବ୍ଧ ହେବ। ନିତି ଆୟୋଗ ସଦସ୍ୟ ଭି.କେ. ପଲ ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

କିଛିଦିନ ତଳେ ଭାରତ ସରକାର ଏହି ଟିକାକୁ ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଥିଲେ। ଏହା ପରେ ରୁଷରୁ ୧୫ ଲକ୍ଷ ପାନ ଟିକା ଆସିଥିଲା। ଆସନ୍ତା ଜୁଲାଇ ମାସରୁ ସ୍ପୁଟନିକ ଭି ଟିକା ଭାରତରେ ଉତ୍ପାଦିତ ହେବ। ଭାରତ ୧୫ କୋଟି ୬୦ ଲକ୍ଷ ଟିକା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଆଗାମୀ ୫ ମାସ ମଧ୍ୟରେ ଏହି ପରିମାଣର ଟିକା ଭାରତରେ ପ୍ରସ୍ତୁତ ହେବ ଏବଂ ଭାରତରେ ବ୍ୟବହାର ହେବ ବୋଲି ପଲ୍‌ କହିଛନ୍ତି।

Comments are closed.