ଚାଉଳ ପକୁଡ଼ି

ଆବଶ୍ୟକ ସାମଗ୍ରୀ
ଚାଉଳ – ୨କପ
ବିରି – ୧କପ ରୁ କମ
ଜୁଆଁଣୀ – ଅଳ୍ପ
ବେକିଙ୍ଗ ସୋଡ଼ା – ଅଳ୍ପ
କଞ୍ଚା ଲଙ୍କା – ୨ଟି (କଟା)
ଅଦା – ଅଳ୍ପ (କୋରା)
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚାଉଳ ଓ ବିରିକୁ ୨ ଘଣ୍ଟା ବତୁରାଇ ରଖି ଦିଅନ୍ତୁ। ଏହାପରେ ଏହାକୁ ପେଷି ଦିଅନ୍ତୁ। ପେଷିବା ପରେ ଏହାକୁ ଏକ ପାତ୍ରକୁ କାଢି ୩୦ ମିନିଟ ରଖି ଦିଅନ୍ତୁ। ଏହାପରେ ଏଥିରେ ଅଦା, ଜୁଆଁଣୀ, କଞ୍ଚା ଲଙ୍କା, ଲୁଣ, ବେକିଙ୍ଗ ସୋଡ଼ା, ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଳାଇ ରଖିଥିବା ମିଶ୍ରଣରୁ ବଲ ଆକୃତିର କରି ତେଲରେ ଭଲ ଭାବେ ଛାଣି ଦିଅନ୍ତୁ। ଏହାକୁ ଏକ ପାତ୍ରକୁ କାଢି ଗରମାଗରମ ଚଟଣି ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.