ପାଇକ ସ୍ମାରକୀ ଶିଳାନ୍ୟାସ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ

ଖୋର୍ଦ୍ଧା : ପାଇକ ସ୍ମାରକୀ ଶିଳାନ୍ୟାସ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେଇଛନ୍ତି। ଏହା ସହ ଶିଳାନ୍ୟାସ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନୀ ଭାଷଣ ଦେବା ସହ ପାଇକ ବିଦ୍ରୋହର ଗରିମା ଅବତାରଣା କରିଛନ୍ତି। ବ୍ରିଟିଶ ଶାସନ ବିରୋଧରେ ପାଇକଙ୍କ ବୀରତ୍ୱ ବର୍ଣ୍ଣନା କରିବା ସହ ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁଙ୍କ କଥା ମଧ୍ୟ ସ୍ମରଣ କରିଛନ୍ତି। ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଉତ୍ସବରେ ନିଜର ଅଭିଭାଷଣ ରଖିଛନ୍ତି। ସେ ପାଇକ ସ୍ମାରକୀ ପାଇଁ କେନ୍ଦ୍ରର ଦୁଇ ପାଟ୍ରୋଲିୟମ ଓ ସଂସ୍କୃତି ବିଭାଗକୁ କୃତଜ୍ଞତା ଜଣାଇଛନ୍ତି।

Comments are closed.